ପାଟନା: ୧୦ ବର୍ଷ ହୋଇଥିବା ବେଳେ ତାଙ୍କ ନାମରେ ମାମଲା ରୁଜ କରିଥିଲା ପୋଲିସ । ୪୩ ବର୍ଷ ପରେ ମିଳିଲା ନ୍ୟାୟ । ଜେଲ୍ରୁ ବାହାରିଲେ ଜନୈକ ବ୍ୟକ୍ତି । ପାଟନାର ମୁରାର୍ ଥାନା ଅଞ୍ଚଳରେ ଏଭଳି ନ୍ୟାୟ ବିଧାନ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବ୍ୟକ୍ତି ଜଣକ ଗତ ୧୯୭୯ ମସିହାରେ ପ୍ରଥମ ଥର ପାଇଁ ପୋଲିସ ହାଜତକୁ ଯାଇଥିଲେ । ଏହାପରେ ତାଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି ବିଳମ୍ବ ପରେ ବର୍ତ୍ତମାନ ତାଙ୍କୁ ନ୍ୟାୟ ମିଳିଛି । ଏହାକୁ ନେଇ ଖୁସି ଜାହିର କରଛନ୍ତି ସମ୍ପୃକ୍ତ ବ୍ୟକ୍ତି ।
୧୯୭୯ ମସିହା ସେପ୍ଟେମ୍ବର ୭ ତାରିଖରେ ଚୌଙ୍ଗାଇ ଗ୍ରାମବାସୀ ଶ୍ୟାମ ବିହାରୀ ସିଂହଙ୍କ ପୁତ୍ର ମୁନା ସିଂହ ଡୁମରାଂବ ଗ୍ରାମରେ ଏକ ଦୋକାନରେ ପଶି ମାରପିଟ କରିବା ସହ ଗୁଳି ଚଳାଇବା ଓ ହତ୍ୟା କରିବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ସମ୍ପୃକ୍ତ ବାଳକକୁ ହେପାଜତକୁ ନେଇଥିଲା । ତା ବିରୋଧରେ ୧୪୮ ବି ଓ ୩୦୭ ଧାରାରେ ମାମଲା ରୁଜୁ କରିଥିଲା ପୋଲିସ । ଏହି ଶୁଣାଣି ୪୩ ବର୍ଷ ପରେ ଶେଷ ହୋଇଛି । ବର୍ତ୍ତମାନ ମୁନା ସିଂହ ୫୩ ବର୍ଷ ବୟସରେ ଜେଲ୍ରୁ ବାହାରିଛନ୍ତି ।