ଓଡିଶା

odisha

ETV Bharat / bharat

ଅତିକ ଦେହରେ ବାଜିଛି 10 ଗୁଳି, ଅସରଫକୁ 5 ! ଚୂଡାନ୍ତ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା - ଅତିକ ଅହମ୍ମଦର ବ୍ୟବଚ୍ଛେଦ ରିପୋର୍ଟ

ସରିଲା ମାଫିଆ ଭାଇଙ୍କ ମୃତଦେହ ବ୍ୟବଚ୍ଛେଦ । ଅତିକ ଦେହରେ ବାଜିଛି 10 ଟି ଗୁଳି, ଅସରଫକୁ 5 ଗୁଳି ବାଜିଥିବା ସୂତ୍ରରୁ ସୂଚନା । ଅଧିକ ପଢନ୍ତୁ

ଅତିକ ଦେହରେ ବାଜିଛି 10 ଗୁଳି, ଅସରଫକୁ 5 ! ଚୂଡାନ୍ତ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା
ଅତିକ ଦେହରେ ବାଜିଛି 10 ଗୁଳି, ଅସରଫକୁ 5 ! ଚୂଡାନ୍ତ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

By

Published : Apr 16, 2023, 10:58 PM IST

ଲକ୍ଷ୍ନୌ: ଗୁଳିମାଡରେ ହତ୍ୟାର ଶିକାର ହୋଇଥିବା ଗ୍ୟାଙ୍ଗଷ୍ଟାର ଅତିକ ଦେହେରେ ବାଜିଛି 10ଟି ଗୁଳି । ଅତିକର ଭାଇ ଅରସଫ ଦେହେରେ 5ଟି ଗୁଳି ବାଜିଛି । ଆଜି ଅପରାହ୍ନରେ ଉଭୟ ମୃତଦେହର ବ୍ୟବଚ୍ଛେଦ ଶେଷ ହେବା ପରେ ଏହି ସୂଚନା ସୂତ୍ରରୁ ମିଳିଛି । ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ନେଇ ପୋଲିସ ଆନୁଷ୍ଠାନିକ ଭାବେ କିଛି ସୂଚନା ଦେଇନି ।

ଅପରାହ୍ନରେ ଉଭୟ ମୃତଦେହର ବ୍ଯବଚ୍ଛେଦ ଓ ପରବର୍ତ୍ତୀ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଉଭୟ ମୃତଦେହକୁ ପ୍ରୟାଗରାଜ କେଶରୀ ମଶାରୀରେ ଶେଷକୃତ୍ୟ ପାଇଁ ନିଆଯାଇଛି । 4 ଜଣ ଡାକ୍ତରଙ୍କ ଏକ ଟିମ ଏହି ବ୍ୟବଚ୍ଛେଦ କରିଛନ୍ତି । ରିପୋର୍ଟ ଉତ୍ତର ପ୍ରଦେଶ ପୋଲିସକୁ ହସ୍ତାନ୍ତର କରାଯାଇଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅତିକ ଅହମ୍ମଦର ମୃତଦେହର ବିଭିନ୍ନ ସ୍ଥାନରୁ 7 ଟି ଗୁଳି ଖଣ୍ଡ ସମେତ ମୋଟ 10 ଟି ଗୁଳି ବାହାର କରାଯାଇଛି । ଅସରଫ ଦେହର ବିଭିନ୍ନ ସ୍ଥାନରୁ ମୋଟ 5 ଟି ଗୁଳି ବାହାର କରାଯାଇଛି ।

ଗତକାଲି(ଶନିବାର) ରାତିରେ ପ୍ରୟାଗରାଜ ହସ୍ପିଟାଲ ପରିସରରେ ଉଭୟ ମାଫିଆଙ୍କୁ ଗୁଳି କରି ହତ୍ୟା କରିଥିଲେ 3 ଆତତାୟୀ । ଅତ୍ଯାଧୁନିକ ମାରଣାସ୍ତ୍ରରେ ପ୍ରାୟ 17ରୁ 20 ରାଉଣ୍ଡ ଗୁଳି ଚଳାଇଥିଲେ ହତ୍ୟାକାରୀ । ଉଭୟଙ୍କୁ ମାତ୍ର କେଇ ସେକେଣ୍ଡ ମଧ୍ୟରେ ହତ୍ୟା କରିବା ପରେ ସେମାନେ ପିସ୍ତଲ ଫିଙ୍ଗି ଦେଇ ଆତ୍ମସମର୍ପଣ ମଧ୍ୟ କରିଥିଲେ । ପୋଲିସ ଘଟଣାସ୍ଥଳରୁ ହିଁ ସମସ୍ତ 3 ଅଭିଯୁକ୍ତଙ୍କୁ କାବୁ କରି ଗିରଫ କରିଥିଲା । ଆକ୍ରମଣ ବେଳର ଛାତିଥରା ଦୃଶ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରାରେ କଏଦ ହୋଇଥିଲା । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଫରଓ୍ବାର୍ଡ କରିଥିଲା ପୋଲିସ । ସମସ୍ତ ହତ୍ୟାକାରୀଙ୍କୁ ଦୁଇ ସପ୍ତାହ(14 ଦିନିଆ) ନ୍ୟାୟିକ ହାଜତକୁ ପଠାଇଛନ୍ତି କୋର୍ଟ ।


ଅନ୍ୟପଟେ ଅତିକର ଫେରାର ପତ୍ନୀ ସହିସ୍ତା ପରବିନ ମଧ୍ୟ ପୋଲିସ ନିକଟରେ ଆତ୍ମମର୍ପଣ କରିବା ନେଇ ଚର୍ଚ୍ଚା ହେଉଛି । ଉମେଶ ପାଲ ହତ୍ୟାକାଣ୍ଡ ପରେ ସେ ମଧ୍ୟ ଫେରାର ଅଛି । ଉମେଶ ପାଲ ହତ୍ୟାକାଣ୍ଡରେ ପୋଲିସର ଅଭିଯୁକ୍ତଙ୍କ ତାଲିକାରେ ରହିଛି ଅତିକଙ୍କ ପତ୍ନୀ ସହିସ୍ତା ପରବିନ । ପ୍ରୟାଗରାଜ ପ୍ରାଧିକରଣ ସହିସ୍ତାର ଘର ଉପରେ ବୁଲଡୋଜର ବୁଲାଇସାରିଛି । ଏବେ ଗ୍ୟାଙ୍ଗଷ୍ଟାର ସ୍ବାମୀ, ପୁଅ ଓ ଦିଅରର ମୃତ୍ୟୁ ପରେ ସହିସ୍ତା ପୋଲିସ ନିକଟରେ ଆତ୍ମସମର୍ପଣ କରିପାରେ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details