ଲକ୍ଷ୍ନୌ:ଉତ୍ତରପ୍ରଦେଶର ବହରାଇଚରେ ଧର୍ମ ପରିବର୍ତ୍ତନ କରାଯାଉଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ସିଦ୍ଧନପୂର୍ବା ଗାଁରେ ପ୍ରାର୍ଥନସଭା ଆଳରେ ଜଣେ ବ୍ୟକ୍ତି ଧର୍ମ ପରିବର୍ତ୍ତନ କରାଉଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟଲୋକେ । ସୂଚନା ଅନୁସାରେ, ପ୍ରତ୍ୟେକ ରବିବାର ପ୍ରାର୍ଥନା ସଭାର ଆୟୋଜନ ହେଉଥିଲା। ଏଥିରେ ଆଖପାଖ ଅଞ୍ଚଳର ଲୋକେ ବହୁ ସଂଖ୍ୟାରେ ଆସି ଯୋଗ ଦେଉଥିଲେ । ଯାହାର ଖବର ପାଇ ବଜରଙ୍ଗ ଦଳର ସଂଯୋଜକ ଦୀପକ ଶ୍ରୀବାସ୍ତବ ସେଠାରେ ପହଞ୍ଚିଥିଲେ । ଏହାସହ ଖବର ପାଇ ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲା । ତେବେ ପୋଲିସ ଏବଂ ବଜରଙ୍ଗ ଦଳର ସଦସ୍ୟଙ୍କୁ ଏକାଠି ଦେଖିବା ପରେ ପ୍ରାର୍ଥନା ସଭାରେ ଉପସ୍ଥିତ ଥିବା ଲୋକେ ଗଣ୍ଡଗୋଳ ଆରମ୍ଭ କରିଦେଇଥିଲେ । ଫଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ତେବେ ଧର୍ମ ପରିବର୍ତ୍ତନ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଥିରୁ ସଂପୃକ୍ତ ଥିବା ଅନ୍ୟ 10ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସେଠାରେ ଖ୍ରୀଷ୍ଟ ଧର୍ମର ପୂଜକ ତଥା ପାଦ୍ରୀ ଉପସ୍ଥିତ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ରୋଗାଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଶୀଘ୍ର ସୁସ୍ଥ ହେବାର ପ୍ରଲୋଭନ ଦେଖାଇ ଏଠାରେ ଧର୍ମ ପରିବର୍ତ୍ତନ କରାଯାଉଥିବା ଜଣା ପଡିଥିଲା । ପ୍ରତି ରବିବାର ଦିନ ଏଠାରେ ସବା କରାଯାଇ ଅନେକ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ପ୍ରବର୍ତ୍ତାଯାଉଥିଲା । ଯାହାର ସୁରାକ ପାଇଥିଲେ ବଜରଙ୍ଗ ଦଳର ସଦସ୍ୟ। ପରେ ପୋଲିସ ପହଞ୍ଚି ଏହି ମାମଲାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ଅଧିକ ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି।