ETV Bharat Odisha

ଓଡିଶା

odisha

ETV Bharat / bharat

Ugadi: ତେଲୁଗୁ ସମ୍ପ୍ରଦାୟ ପାଳିଲେ ପର୍ବ, ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ - ଉଗାଡିରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଶୁଭେଚ୍ଛା

ତେଲୁଗୁ ନବବର୍ଷ 'ଉଗାଡ଼ି'କୁ ବେଶ ଆନନ୍ଦର ସହ ପାଳିଲେ ତେଲୁଗୁ ସମ୍ପ୍ରଦାୟ । ଶୁଭେଚ୍ଛା ଜଣାଇଲେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Ugadi: ତେଲୁଗୁ ସମ୍ପ୍ରଦାୟ ପାଳିଲେ ପର୍ବ, ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ
Ugadi: ତେଲୁଗୁ ସମ୍ପ୍ରଦାୟ ପାଳିଲେ ପର୍ବ, ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ
author img

By

Published : Apr 2, 2022, 1:32 PM IST

ହାଇଦ୍ରାବାଦ/ଅମରାବତୀ:ଭାରତବର୍ଷରେ ଆଜି(ଶନିବାର) ଆରମ୍ଭ ହୋଇଛି ପାରମ୍ପରିକ ନବବର୍ଷ । ଏହାକୁ ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ନାମରେ ପାଳନ କରୁଥିବା ବେଳେ ତେଲୁଗୁ ଭାଷାଭାଷୀ ଲୋକେ ଏହି ଦିବସକୁ 'ଉଗାଡ଼ି' ନାମରେ ପାଳନ କରୁଛନ୍ତି । ଏହି ଅବସରରେ ରାଜ୍ୟବାସୀଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏ ନେଇ ଏକ ଟ୍ବିଟ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ ଟ୍ବିଟରେ ଲେଖିଛନ୍ତି ଯେ ଶ୍ରୀ ଶୁଭକୁର୍ତ୍ତୁ ନାମା ବା ଉଗାଡ଼ି ପର୍ବରେ ସେ ସମସ୍ତ ରାଜ୍ୟବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି । ତେଲୁଗୁ ନବବର୍ଷ ସଭିଙ୍କ ମଙ୍ଗଳମୟ ହେଉ । ଏହାସହ ବିଶ୍ବର କୋଣ ଅନୁକୋଣରେ ଥିବା ତେଲୁଗୁ ଭାଷାଭାଷୀ ଲୋକଙ୍କୁ ସେ ଏହି ଶୁଭେଚ୍ଛା ଜଣାଇଥିବା ଟ୍ବିଟରେ ଉଲ୍ଲେଖ କରିଛନ୍ତି ।

ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ ମଧ୍ୟ ଏ ନେଇ ଟ୍ବିଟ କରିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି ଯେ ତେଲୁଗୁ ନବବର୍ଷ ବା ଉଗାଡ଼ି ଭଳି ପବିତ୍ର ଦିବସ ଅବସରରେ ସେ ତେଲେଙ୍ଗାନାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ ଜଗନ ମୋହନ ରେଡ୍ଡି ମଧ୍ୟ ନିଜ ନିଜ ରାଜ୍ୟବାସୀଙ୍କୁ ଏହି ଗଣପର୍ବକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ।

କେସିଆର ଏହି ଅବସରରେ ରାଜ୍ୟବାସୀଙ୍କୁ ଅଶେଷ ଆନନ୍ଦ କାମନା କରିବା ସହିତ ନୂଆବର୍ଷ ସଭିଙ୍କ ଜୀବନରେ ସୌଭାଗ୍ୟ ଆଣି ଦେଉ ବୋଲି କହିଛନ୍ତି । ଏହାସହ ସେ ନିଜ ଅଫିସିଆଲ ବାସଭବନ ପ୍ରଗତି ଭବନରେ ଉଗାଡ଼ି ପର୍ବକୁ ପାଳନ କରିଛନ୍ତି । ନିଜର ଖୁସିବ୍ୟକ୍ତ କରି କହିଛନ୍ତି ଯେ ପ୍ରଭୁଙ୍କ ଆଶୀର୍ବାଦରେ ଏପରି ଭାବରେ ତେଲେଙ୍ଗାନାରେ ପ୍ରଚୁର ପାଣି ଓ ଚାଷଜମି ଭରି ରହୁ । ସେପଟେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ମଧ୍ୟ ଆନ୍ଧ୍ରବାସୀଙ୍କ ସୁସ୍ଥ ଓ ନିରାମୟ ଜୀବନର କାମନା କରିଛନ୍ତି ।

@PTI

ABOUT THE AUTHOR

...view details