ଅମରାବତୀ:ମାର୍ଗଦର୍ଶୀ ଚିଟଫଣ୍ଡ ମାମଲାରେ ଆନ୍ଧ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା TDP ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ର ସରକାର ତଥା YSR କଂଗ୍ରେସ ପାର୍ଟି ସଭାପତି ଜଗନ ମୋହନ ରେଡ୍ଡି ଏହି ମାମଲାରେ ଇଟିଭି ନେଟୱର୍କ ପ୍ରତିଷ୍ଠାତା ରାମୋଜି ରାଓଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ୱାଇ.ଏସ ଜଗନ ଏବେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଧ୍ବଂସ କରିବା ଲାଗି ଅପଚେଷ୍ଟା ଜାରି ରଖିଥିବା ନାଇଡୁ X ସାଇଟରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ।
ଏ ନେଇ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ନିଜ ସୋସିଆଲ ଆକାଉଣ୍ଟରେ କହିଛନ୍ତି, "ଗଣମାଧ୍ୟମ ସଂସ୍ଥା ଇନାଡୁ (Eenadu ) YSRCPର ଦୁର୍ନୀତିର ପର୍ଦ୍ଦାଫାଶ କରିଥିଲା । ଏଥିରେ ବିଚଳିତ ହୋଇପଡ଼ିଛି YSRCP । ଆଉ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ଲାଗି ଏପରି ଅପଚେଷ୍ଟା ଜାରି ରଖିଛି । ତେଲୁଗୁ ଭାଷାଭାଷୀଙ୍କୁ ଦୀର୍ଘ ୬୦ ବର୍ଷ ଧରି ସେବା ଯୋଗାଉ ଆସୁଥିବା ଅଗ୍ରଣୀ ଚିଟଫଣ୍ଡ କମ୍ପାନୀକୁ ଟାର୍ଗେଟ କରୁଛି । ସାମ୍ବାଦିକତା, ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଭାରତର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ ହୋଇଥିବା ରାମୋଜି ରାଓଙ୍କ ଉପରେ YSRCP ଦ୍ବାରା କରାଯାଉଥିବା ଆକ୍ରମଣକୁ ମୁଁ ତୀବ୍ର ନିନ୍ଦା କରୁଛି । ଅନେକ ମନ୍ଦ ଉଦ୍ଦେଶ୍ୟ ରଖିଥିବା YS ଜଗନ ମୋହନ ରେଡ୍ଡିଙ୍କ ଉଦ୍ୟମ ଶେଷରେ ବିଫଳ ହେବ । କାରଣ ସଇତାନ ସବୁବେଳେ ହାରିଥାଏ ଓ ଶେଷରେ ସତ୍ୟ ଓ ନ୍ୟାୟର ବିଜୟ ହୁଏ ।"
ଏହା ବି ପଢନ୍ତୁ- ମିଥ୍ୟା ଅଭିଯୋଗରେ ଆମ ଗ୍ରାହକଙ୍କୁ ହଇରାଣ କରୁଛି ଆନ୍ଧ୍ର CID: ମାର୍ଗଦର୍ଶୀ ଚିଟଫଣ୍ଡ