ହାଇଦ୍ରାବାଦ: ରବିବାର ଦିନିକିଆ ତେଲେଙ୍ଗାନା ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ । ତେଲେଙ୍ଗାନା BJP ପକ୍ଷରୁ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ନାଲଗୋଣ୍ଡା ଜିଲ୍ଲା ମୁନୁଗୋଡୁରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ଗୃହମନ୍ତ୍ରୀ । ଏହା ପରେ ଗୃହରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟିଥିଲେ ସାଉଥ ସୁପରଷ୍ଟାର ଜୁନିୟର ଏନ୍ଟିଆର୍ (Jr NTR has Met Amit Shah in Hyderabad) । ସାକ୍ଷାତ ବେଳର କିଛି ଫଟୋ ଟ୍ବିଟରରେ ସେୟାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।
ଶାହ ଦଳୀୟ କାର୍ଯ୍ୟକ୍ରମ ସାରି ସନ୍ଧ୍ୟାରେ ଦିଲ୍ଲୀ ଫେରିବା ପୂର୍ବରୁ ଏୟାରପୋର୍ଟ ନିକଟରେ ଏକ ହୋଟେଲରେ ଜୁନିୟର ଏନଟିଆରଙ୍କ ସହ ସାକ୍ଷାତ କରିଥିଲେ । ସାକ୍ଷାତ ସମୟର କିଛି ଫଟୋ ଟ୍ବିଟରରେ ସେୟାର କରି ଅମିତ ଶାହ ଲେଖିଛନ୍ତି,'' ଜଣେ ଅତି ଦକ୍ଷ ଅଭିନେତା ତେଲୁଗୁ ସିନେମା ଷ୍ଟାର ଏନଟିଆରଙ୍କ ସହ ଏକ ସୁନ୍ଦର ସାକ୍ଷାତ ହେଲା ।'' କେନ୍ଦ୍ରମନ୍ତ୍ରୀ ଜି. କ୍ରିଷ୍ଣା ଏନଟିଆରଙ୍କୁ ଅମିତ ଶାହଙ୍କ ସହ ସାକ୍ଷାତ କରାଇଥିଲେ । ଅମିତ ଶାହ ଏନଟିଆରଙ୍କୁ ଫୁଲତୋଡା ଦେଇ ନିମନ୍ତ୍ରଣ କରିଥିଲେ । ପାଖାପାଖି 45 ମିନିଟ ଧରି ଭୟଙ୍କର ମଧ୍ୟରେ ସାକ୍ଷାତକାର ହୋଇଥିଲା । 20 ମିନିଟ ସେମାନଙ୍କ ମଧ୍ୟରେ ବ୍ୟକ୍ତିଗତ ଆଲୋଚନା ହୋଇଥିଲା । ଏହାପରେ ଦଳୀୟ ନେତା କ୍ରିଷ୍ଣା ରେଡ୍ଡୀ, ତାରୁନଚୁଙ୍ଗ ଏବଂ ବନ୍ଦୀ ସଞ୍ଜୟଙ୍କ ସହ ମିଶି ଭୋଜନ କରିଥିଲେ ।