ହାଇଦ୍ରାବାଦ: ଟେନିସ ଖେଳାଳି ସାନିଆ ମିର୍ଜାଙ୍କୁ ନେଇ ପୁଣି ଥରେ ତେଲେଙ୍ଗାନାରେ ବିବାଦ । ରାଜ୍ୟର ବ୍ରାଣ୍ଡ ଆମ୍ବାସାଡରରୁ ସାନିଆଙ୍କୁ ହଟାଇବାକୁ ବିଜେପି ବିଧାୟକଙ୍କ ଦାବି । ହାଇଦ୍ରାବାଦ ଗୋଶାମହଲ ବିଜେପି ବିଧାୟକ ରାଜା ସିଂ ଏହି ଦାବି କରିଛନ୍ତି ।
ସିନ୍ଧୁଙ୍କୁ ବ୍ରାଣ୍ଡ ଆମ୍ବାସାଡର ପାଇଁ ବିଜେପି ବିଧାୟକଙ୍କ ଦାବି - ବ୍ରାଣ୍ଡ ଆମ୍ବାସଡର
ଟେନିସ ଖେଳାଳି ସାନିଆ ମିର୍ଜାଙ୍କୁ ନେଇ ପୁଣି ଥରେ ତେଲେଙ୍ଗାନାରେ ବିବାଦ । ରାଜ୍ୟର ବ୍ରାଣ୍ଡ ଆମ୍ବାସାଡରରୁ ସାନିଆଙ୍କୁ ହଟାଇବାକୁ ବିଜେପି ବିଧାୟକଙ୍କ ଦାବି । ଅଧିକ ପଢନ୍ତୁ...
ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ବ୍ରାଣ୍ଡ ଆମ୍ବାସାଡର ପଦରୁ ସାନିଆ ମିର୍ଜାଙ୍କୁ ହଟାଇ ପିଭି ସିନ୍ଧୁଙ୍କୁ କରିବାକୁ ଦାବି କରିଛନ୍ତି ।
ରାଜା ସିଂ କହିଛନ୍ତି ସୋନିଆ ମିର୍ଜା ବର୍ତ୍ତମାନ ପାକିସ୍ତାନୀ ବୋହୁ । ତାଙ୍କୁ କାହିଁକି ରାଜ୍ୟ ସରକାରଙ୍କ ବ୍ରାଣ୍ଡ ଆମ୍ବାସଡର ରଖାଯିବ । ବର୍ତ୍ତମାନ ସମୟ ଆସିଛି ରାଜ୍ୟର ଝିଅ ପିଭି ସିନ୍ଧୁଙ୍କୁ ରାଜ୍ୟ ସରକାରଙ୍କ ବ୍ରାଣ୍ଡ ଆମ୍ବାସଡର କରାଯାଉ । କାରଣ ପିଭି ସିନ୍ଧୁ ତେଲେଙ୍ଗାନା ଝିଅ, ପୁଣି ଅଲମ୍ପିଆନ । ଯିଏକି 2 ଟି ଅଲମ୍ପିକ୍ସରେ ମେଡାଲ ଆଣିଛନ୍ତି । ଏହା ପୂର୍ବରୁ ମଧ୍ୟ ରାଜା ସିଂ ସରକାରଙ୍କ ନିକଟରେ ଏହି ଦାବି ରଖିଥିଲେ । ଏବେ ପୁଣି ଥରେ ସିନ୍ଧୁଙ୍କ ସଫଳତା ପରେ ସେହି ପୁରୁଣା ଦାବି ଦୋହରାଇଛନ୍ତି ।
ସୂଚନାଯୋଗ୍ୟଯେ ଗତ 2014 ମସିହା ଠାରୁ ଟେନିସ ଖେଳାଳି ସାନିଆ ମିର୍ଜାଙ୍କୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ ନିଯୁକ୍ତି ଦେଇଛନ୍ତି । ସୋନିଆ ମଧ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ବ୍ରାଣ୍ଡ ଆମ୍ବାସଡର ଭାବେ କାର୍ଯ୍ୟ କରୁଛନ୍ତି । ତେବେ ଟୋକିଓ ଅଲମ୍ପିକ୍ସରେ ତେଲେଙ୍ଗାନା ଝିଅ ତଥା ପିଭି ସିନ୍ଧୁ ଅଲମ୍ପିକ୍ସରେ ସଫଳତା ପରେ ପୁଣି ତାଙ୍କୁ ରାଜ୍ୟ ସରକାରଙ୍କ ବ୍ରାଣ୍ଡ ଆମ୍ବାସଡର କରିବା ପାଇଁ ଦାବି ଦୋହରାଇଛି ରାଜ୍ୟ ବିଜେପି ।