ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର ରାଜ୍ୟ ବିଜେପି ମୁଖ୍ୟ ବନ୍ଦି ସଞ୍ଜୟଙ୍କ ଉପରେ ବର୍ଷିଛନ୍ତି । ଚାଷୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବା ବନ୍ଦ କର, ନଚେତ ଜିଭ କଟାଯିବ ବୋଲି ସେ ଦେଇଛନ୍ତି ଚେତାବନୀ । ତେବେ ସଞ୍ଜୟ ଚାଷୀଙ୍କ ଠୁ ଧାନ କିଣିବେ ବୋଲି ପ୍ରତିଶ୍ରୁତି ଦେଉଥିବା ଜଣାପଡ଼ିଛି । ଏଥିଲାଗି ମୁଖ୍ୟମନ୍ତ୍ରୀ ଏଭଳି କଡା ଚେତାବନୀ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ KCR କହିଛନ୍ତି ଯେ କେନ୍ଦ୍ର ଚାଷୀଙ୍କ ଠୁ ଧାନ କିଣିବ ନାହିଁ ବୋଲି ସ୍ପଷ୍ଟ କରିଛି । ସେପଟେ କୃଷି ମନ୍ତ୍ରୀ ଚାଷୀଙ୍କୁ ଧାନକୁ ଛାଡ଼ି ଅନ୍ୟ କୌଣସି ଫସଲ ଚାଷ ଆରମ୍ଭ କରିବା ପାଇଁ କହିଛନ୍ତି । ଏହି ଧାନ କିଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ତେବେ କେନ୍ଦ୍ରମନ୍ତ୍ରୀ ନିଷ୍ପତ୍ତି ନେଇ ତାଙ୍କ ସହିତ ଯୋଗାଯୋଗ କରିବେ ବୋଲି କହିଥିଲେ । ମାତ୍ର ଏଯାବତ୍ ସେ କେନ୍ଦ୍ର ନିକଟରୁ କୌଣସି ପ୍ରତିକ୍ରିୟା ପାଇନାହାନ୍ତି । ଗତବର୍ଷ ତେଲେଙ୍ଗାନାରେ ପ୍ରାୟ ୫ ଲକ୍ଷ ଟନ ଧାନ ଉତ୍ପାଦନ ହୋଇଛି । କିନ୍ତୁ କେନ୍ଦ୍ର ଚାଷୀଙ୍କଠୁ ଧାନ କିଣିନାହିଁ ବୋଲି ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି ।