ହାଇଦ୍ରାବାଦ:ସେଲିବ୍ରେସନ ମୁଡରେ ତେଲେଙ୍ଗାନା କଂଗ୍ରେସ । ଭୋଟ ଗଣତିରେ ବିଆରଏସ ଓ ବିଜେପିକୁ ମାତ ଦେଇ ଆଗୁଆ ରହିବା ପରେ ଆରମ୍ଭ ହୋଇଯାଇଛି ଉତ୍ସବ । ପାରମ୍ପରିକ ବାଦ୍ୟ, ନୃତ୍ୟରେ କମ୍ପୁଛି କଂଗ୍ରେସ ଦଳୀୟ କାର୍ଯ୍ୟାଳୟ । ତେଲେଙ୍ଗାନାର କଂଗ୍ରେସ ମୁଖ୍ୟ ରେଭାନ୍ତ ରେଡ୍ଡୀଙ୍କ ବାସଗୃହ ସାମ୍ନାରେ ମଧ୍ୟ ଦଳୀୟ ପତାକା, ପୋଷ୍ଟର ସହ ଦଳୀୟ କର୍ମକର୍ତ୍ତାଙ୍କ ଜୋରଦାର ସେଲିବ୍ରେସନ ଦେଖିବାକୁ ମିଳିଛି । କେଉଁଠୁ ଦଳର ମୁଖ୍ୟ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ପୋଷ୍ଟରରେ କ୍ଷୀର ଢଳାଯାଉଛି ତ କେଉଁ ଫୁଲ ବର୍ଷା କରାଯାଉଛି ।
ରେଜଲ୍ଟ ପ୍ରକାଶ ପାଇବା ପୂର୍ବରୁ ହାଇଦ୍ରାବାଦରେ ଏକ ବିଶାଳ ରୋଡ ଶୋ କରି ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି ରେଭାନ୍ତା ରେଡ୍ଡୀ । ଏହା ପୂର୍ବରୁ ଡିଜିପି ଅଞ୍ଜାନୀ କୁମାରଙ୍କୁ ଭେଟି ଅନୁମତି ମଧ୍ୟ ନେଇଛନ୍ତି । ରେଡ୍ଡୀଙ୍କ ରୋଡ ଶୋ ବାହାରିବା ପରେ ହଜାର ହଜାର ଲୋକେ ଏଥିରେ ସାମିଲ ହୋଇ ସେଲିବ୍ରେସନ କରିଛନ୍ତି ।
ତେବେ କଂଗ୍ରେସ ନେତା ରୁଦ୍ରପ୍ପା ପାଟିଲ କହିଛନ୍ତି, "ତେଲେଙ୍ଗାନାରେ ୭୦ରୁ ଉର୍ଦ୍ଧ୍ବ ଆସନରେ ବିଜୟୀ ଲାଭ କରି ସରକାର ଗଢିବାକୁ ଯାଉଛି କଂଗ୍ରେସ ।"
ସେହିଭଳି କଂଗ୍ରେସ ସାଂସଦ ଉତ୍ତମ କୁମାର ରେଡ୍ଡି ମଧ୍ୟ ପ୍ରତକ୍ରିୟା ରଖିଛନ୍ତି । ସେ କହିଛନ୍ତି,"ତେଲେଙ୍ଗାନାରେ କଂଗ୍ରେସ ସରକାର ଗଢିବାକୁ ଯାଉଛି । ଗାନ୍ଧୀ ପରିବାର ପାଇଁ ତେଲେଙ୍ଗାନା ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଆମେ ୨୦୧୪ ଓ ୨୦୧୮ରେ ଯେଉଁସବୁ ଭୁଲ କରିଥିଲୁ ତାହା ଏହି ନିର୍ବାଚନରେ ସୁଧାରିଥିଲୁ । ଯେଉଁଥିପାଇଁ ଆମକୁ ବିଜୟ ଧାରାରେ ଅଛୁ ।