ହାଇଦ୍ରାବାଦ: ତେଲେଙ୍ଗାନାରେ ଓମିକ୍ରନ୍ ଭ୍ୟାରିଏଣ୍ଟର 12ଟି ନୂତନ ମାମଲା ସାମ୍ନାକୁ ଆସିଛି । ଆଜିର ସଂଖ୍ୟାକୁ ମିଶାଇ 79କୁୁ ବୃଦ୍ଧି ପାଇଛି ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ନୂଆ ଷ୍ଟ୍ରେନ୍ରୁ ପ୍ରାୟ 27 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବାବେଳେ 52ରେ ସକ୍ରିୟ ମାମଲା ରହିଥିବା ସ୍ବାସ୍ଥ୍ୟ ବିଭାଗ କହିଛି ।
କୋଭିଡ ମାମଲାର ଗତ କିଛି ଦିନ ହେବ ସୁସ୍ଥ ହାର ମଧ୍ୟ ଅଧିକ ରହିଛି । ସ୍ବାସ୍ଥ୍ୟ ବିଭାଗର ବୁଲେଟିନ୍ ଅନୁଯାୟୀ ଆଜି ପର୍ଯ୍ୟନ୍ତ ସମୁଦାୟ ସୁସ୍ଥ ସଂଖ୍ୟା 6,74,453ରେ ରହିଥିବାବେଳେ ରାଜ୍ୟରେ 3,733 ସକ୍ରିୟ ମାମଲା ରହିଛି । ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ (GHMC) ଅଧିକାଂଶ ମାମଲା ସାମ୍ନାକୁ ଆସିଛି । ସେଠାରେ ମୋଟ 217ଟି ମାମଲା ସାମ୍ନାକୁ ଆସିଥିବା ବେଳେ ରଙ୍ଗାରେଡ୍ଡୀ ଜିଲ୍ଲାରେ 26 ମାମଲା ସାମ୍ନାକୁ ଆସିଛି ।