ଓଡିଶା

odisha

By ETV Bharat Odisha Team

Published : Nov 13, 2023, 11:05 PM IST

ETV Bharat / bharat

Telangana Polls Exclusive: ନିର୍ବାଚନ ମୈଦାନରେ ଆଝାରୁଦ୍ଦିନ, କହିଲେ ଜନତାଙ୍କ ଆଶୀର୍ବାଦ କଂଗ୍ରେସ ସହ ଅଛି

କ୍ରିକେଟରରୁ ରାଜନେତା ବନିଥିବା ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଏଥର ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି । ତେଲଙ୍ଗାନାର ଜୁବଲି ହିଲ୍ସ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ଲଢ଼ୁଥିବା ଆଝାରୁଦ୍ଦିନ ଏଥର ବିଧାୟକ ଭାବେ ନିର୍ବାଚିନ ହେବା ନେଇ ଖୁବ ଆଶାବାଦୀ ମଧ୍ୟ ଅଛନ୍ତି । ଅଧିକ ପଢ଼ନ୍ତୁ

କହିଲେ ଜନତାଙ୍କ ଆଶୀର୍ବାଦ କଂଗ୍ରେସ ସହ ଅଛି
ନିର୍ବାଚନ ମୈଦାନରେ ଆଝାରୁଦ୍ଦିନ

ହାଇଦ୍ରାବାଦ: ଭାରତ ପାଇଁ କ୍ରିକେଟ୍‌ ମୈଦାନରେ ଲଢ଼ୁଥିବା ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଏଥର ତେଲଙ୍ଗାନା ନିର୍ବାଚନ ମୈଦାନରେ ଲଢ଼ୁଛନ୍ତି । ତେଲଙ୍ଗାନାର ଜୁବଲି ହିଲ୍ସ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ଲଢ଼ୁଛନ୍ତି ଆଝାରୁଦ୍ଦିନ । ତେବେ ସେ ଏହି ନିର୍ବାଚନରେ ବିଜୟୀ ନେଇ ବେଶ ଆଶ୍ବସ୍ତ ନଜର ଆସିଛନ୍ତି । ଜୁବଲି ହିଲ୍ସରେ ଭୋଟରଙ୍କ ନିକଟରୁ ସକାରାତ୍ମକ ପ୍ରତିକ୍ରିୟା ମିଳୁଥିବା ସେ କହିଛନ୍ତି ।

୧୯୯୨, ୧୯୯୬ ଏବଂ ୧୯୯୯ ଦିନିକିଆ ବିଶ୍ବକପ୍‌ରେ ଭାରତର ନେତୃତ୍ବ ନେଇଥିବା ଆଝାରୁଦ୍ଦିନ ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି, "ମୁଁ ମୋର ବିଜୟକୁ ନେଇ ବହୁତ ଆଶ୍ବସ୍ତ ଅଛି । ବାସ୍ତବରେ ଏହା ମୋ ପାଇଁ ଏକ ନୂଆ ପ୍ରତିଯୋଗିତା ନୁହେଁ । ମୁଁ ପୂର୍ବରୁ ମଧ୍ୟ ନିର୍ବାଚନରେ ​​ପ୍ରତିଦ୍ବନ୍ଦ୍ବିତା କରିଛି । କିନ୍ତୁ ମୁଁ ଭାବୁଛି ଏହା ମୋ ପାଇଁ ସ୍ବତନ୍ତ୍ର, କାରଣ ଏହା ମୋର ନିଜ ଘରୋଇ ସହର, ଲୋକମାନେ ମୋତେ ଏଠାରେ ଭଲ ପାଆନ୍ତି । ଜୁବଲି ହିଲ୍ସରେ ଲୋକମାନଙ୍କଠାରୁ ମିଳୁଥିବା ପ୍ରତିକ୍ରିୟା ବେଶ ସକାରାତ୍ମକ ଅଛି । ମୋର ନିର୍ବାଚନମଣ୍ଡଳୀ ଉତ୍କୃଷ୍ଟ, ଲୋକମାନେ ବହୁତ ଭଲ । ସେମାନେ ବିକାଶ ଚାହୁଁଛନ୍ତି । ମୁଁ ବହୁତ ଖୁସି ଏବଂ ମୋତେ ମିଳୁଥିବା ପ୍ରଶଂସା ଗୁଡ଼ିକୁ ମୁଁ ଉପଭୋଗ କରୁଛି ।

୬୦ ବର୍ଷୀୟ ମହମ୍ମଦ ଅଜହରୁଦ୍ଦିନ ମଧ୍ୟ ହାଇଦ୍ରାବାଦର ୟୁସୁଫଗୁଡା ଠାରେ ଏକ ପଦଯାତ୍ରା ଅଭିଯାନ କରି ଭୋଟରଙ୍କୁ ନିଜ ପାଇଁ ଭୋଟ୍‌ ଭିକ୍ଷା କରିଥିଲେ । ଉତ୍ତରପ୍ରଦେଶ ମୁରାଦାବାଦର ପୂର୍ବତନ ସାଂସଦ ଥିବା ଅଝାରୁଦ୍ଦିନଙ୍କ ବିଶ୍ବାସ ଅଛି ଯେ ଏଥର ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବ । ଏହି ଅବସରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ତାଙ୍କ ପାର୍ଟି ବିଆର୍‌ଏସ୍‌କୁ କଟାକ୍ଷ କରିଛନ୍ତି ଆଝାରୁଦ୍ଦିନ । ଗତ ୯ ବର୍ଷରେ ତେଲେଙ୍ଗାନାରେ କୌଣସି ବିକାଶ ହୋଇନଥିବା ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, "ଗତ ୯ ବର୍ଷରେ ତେଲେଙ୍ଗାନାରେ କଣ ପାଇଁ କୌଣସି ବିକାଶ ହୋଇନାହିଁ ? ଆପଣ ବିକାଶର କଥା କହୁଛନ୍ତି, ସ୍ବର୍ଣ୍ଣିମ ତେଲଙ୍ଗାନା କହୁଛନ୍ତି । ହେଲେ ପ୍ରକୃତରେ ଏଠାରେ କୌଣସି ବିକାଶ ହୋଇନାହିଁ । ଏହା ହେଉଛି ଜୁବଲି ହିଲ୍ସ ନିର୍ବାଚନ ମଣ୍ଡଳୀ, ନାମ ବହୁତ ବଡ । ସମସ୍ତେ ଭାବନ୍ତି ଏଠାରେ କୋଟିପତିମାନେ ରୁହନ୍ତି । କିନ୍ତୁ ବାସ୍ତବ ସମ୍ପୂର୍ଣ୍ଣ ଭିନ୍ନ । କିନ୍ତୁ ମୁଁ ଭାବୁଛି ସମୟ ସହିତ ଆମେ ଆଗକୁ ବଢ଼ିବୁ । ମୁଁ ବିଧାୟକ ହୋଇ ନିର୍ବାଚନମଣ୍ଡଳୀର ବିକାଶ କରିବି ବୋଲି ଆଶାବାଦୀ ।"

ଏହା ମଧ୍ୟ ପଢ଼ନ୍ତୁ...Telangana Politics: ବିଜେପି ବିରୋଧରେ ନରମ, କଂଗ୍ରେସ ପ୍ରତି ଗରମ, କେଉଁ ରଣନୀତିରେ KCR ?

ଅଝାରୁଦ୍ଦିନଙ୍କ ମତରେ ଜୁବଲି ହିଲ୍ସରେ କୌଣସି ବିକାଶ ହୋଇନାହିଁ । ସେ କହିଛନ୍ତି, "ମୋ ପାଇଁ ବିକାଶ ଅର୍ଥ ହେଉଛି ଗରିବଙ୍କ ଉନ୍ନତି । ବିକାଶର ଅର୍ଥ ନୁହେଁ ଯେ ବଡ଼ ଅଟ୍ଟାଳିକା ଗଢ଼ିବା ଏବଂ ବଡ଼ ଲୋକଙ୍କୁ ଆଣିବା । ଏଠାରେ ଲୋକଙ୍କ ପାଇଁ କୌଣସି ଚାକିରି ନାହିଁ । ଯଦି ଆପଣ ଏଠାରେ ରହୁଥିବା ଲୋକଙ୍କ ପାଇଁ କିଛି କରିନାହାନ୍ତି, ମୋର ମତରେ କୌଣସି ବିକାଶ କରିନାହାନ୍ତି । ରାଜନୈତିକ ବିଜୟ ସର୍ବଦା ମଧୁର । କାରଣ ମୁଁ ଏଠାକୁ ଆସିବାର ପ୍ରାୟ ୧୪ ବର୍ଷ ହୋଇସାରିଛି । ଖେଳିବା ସମୟରେ ଭାରତୀୟ ଦଳରେ ସ୍ଥାନ ପାଇବାକୁ ମୋତେ ପ୍ରାୟ ୧୨ ବର୍ଷ ସମୟ ଲାଗିଥିଲା । କିନ୍ତୁ ସାଂସଦ ହେବାକୁ ମୋତେ ମାତ୍ର ଏକ ମାସ ସମୟ ଲାଗିଥିଲା । ଏଠାରେ ମଧ୍ୟ ସମାନ କଥା । ଆଶା କରୁଛି ବିଧାୟକ ହେବାକୁ ମଧ୍ୟ କେବଳ ଗୋଟିଏ ମାସ ବାକି ଅଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details