ଓଡିଶା

odisha

By

Published : Sep 15, 2021, 9:35 AM IST

Updated : Sep 15, 2021, 11:49 AM IST

ETV Bharat / bharat

ଦୁଷ୍କର୍ମ ଅଭିଯୁକ୍ତକୁ ଧରାଇଲେ ମିଳିବ ୧୦ ଲକ୍ଷ, ନାବାଳିକା ସହ ଅପରାଧ ଘଟାଇ କରିଥିଲା ହତ୍ୟା

ତେଲେଙ୍ଗାନାର ସାଇଦାବାଦରେ ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ଅଭିଯୁକ୍ତକୁ ଧରାଇ ଦେଲେ ମିଳିବ ୧୦ ଲକ୍ଷ ଟଙ୍କା । ଅଧିକ ପଢନ୍ତ...

ସାଇଦାବାଦରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା;ଅଭିଯୁକ୍ତ ବିଷୟରେ ଖବର ଦେଲେ ମିଳିବ ୧୦ ଲକ୍ଷ
ସାଇଦାବାଦରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା;ଅଭିଯୁକ୍ତ ବିଷୟରେ ଖବର ଦେଲେ ମିଳିବ ୧୦ ଲକ୍ଷ

ହାଇଦ୍ରାବାଦ: ତେଲେଙ୍ଗାନାର ସାଇଦାବାଦରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିଷୟରେ ଖବର ଦେଲେ ମିଳିବ ୧୦ ଲକ୍ଷ ଟଙ୍କା । ଅଭିଯୁକ୍ତ ଜଣକ ହେଉଛି ପୋଲାକୁଣ୍ତା ରାଜୁ । ଏନେଇ ତେଲେଙ୍ଗାନା ପୋଲିସ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ଅଭିଯୁକ୍ତ ବିଷୟରେ କୈଣସି ଖବର ପାଇଲେ 94906 16366 ଓ 94906 16627 ଏହି ନମ୍ବରରେ ପୋଲିସକୁ ଯୋଗାଯୋଗ କରିବାକୁ କୁହାଯାଇଛି । ତେବେ ଅଭିଯୁକ୍ତ ଫେରାର ହେବା ପଛରେ ସ୍ଥାନୀୟ ଲୋକଙ୍କ ହାତ ଥିବା ଅଭିଯୋଗ ହୋଇଛି ।

ସାଇଦାବାଦରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା;ଅଭିଯୁକ୍ତ ବିଷୟରେ ଖବର ଦେଲେ ମିଳିବ ୧୦ ଲକ୍ଷ

ସେପଟେ ଏ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ମାଲା ରେଡ୍ଡି । ସେ କହିଛନ୍ତି ପୋଲିସ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରିବ । ପୀଡିତାଙ୍କ ପରିବାର ସହ ଆମେ ଅଛୁ । ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ । ଏପରିକି ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯିବା ନେଇ ସେ ପୂର୍ବରୁ କହିଥିଲେ । ପରେ ନିଜର ବୟାନ ବଦଳାଇ ଦେଇଥିଲେ ମନ୍ତ୍ରୀ । ଆଇନରେ ପରିବର୍ତ୍ତନ ସହ ଅଭିଯୁକ୍ତକୁ କଠୋର ଦଣ୍ତ ଦିଆଯିବା ଉଚିତ ବୋଲି ସେ କହିଥିଲେ । ଗତ ଶୁକ୍ରବାର ଦିନ ସାଇଦାବାଦରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା ଅଭିଯୁକ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 15, 2021, 11:49 AM IST

ABOUT THE AUTHOR

...view details