ଓଡିଶା

odisha

ହିମନ୍ତ ବିଶ୍ବଶର୍ମାଙ୍କୁ ତୁରନ୍ତ ବହିଷ୍କାର କରାଯାଉ: ତେଲେଙ୍ଗାନା ପିସିସି ସଭାପତି

By

Published : Feb 13, 2022, 7:03 PM IST

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଅଶାଳୀନ ବ୍ୟବହାରକୁ ନେଇ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା । ରାହୁଲ ଗାନ୍ଧୀଙ୍କୁ ଆଧୁନିକ ଯୁଗର ଜିନ୍ନା କହିବାକୁ ନେଇ କଂଗ୍ରେସର ବିରୋଧ । ଅଧିକ ପଢନ୍ତୁ

telangana congress chief revanth reddy reaction
ହିମନ୍ତ ବିଶ୍ବ ସର୍ମାଙ୍କୁ ତୁରନ୍ତ ବହିଷ୍କାର କରାଯାଉ: ତେଲେଙ୍ଗାନା ପିସିସି ସଭାପତି

ହାଇଦ୍ରାବାଦ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସର୍ମାଙ୍କ ଆଶାଳୀନ ବ୍ୟବହାରକୁ ନେଇ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା । ରାହୁଲ ଗାନ୍ଧୀଙ୍କୁ ଆଧୁନିକ ଯୁଗର ଜିନ୍ନା କହିବାକୁ ନେଇ କଂଗ୍ରେସର ବିରୋଧ । ଆଜି ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ସଭାପତି ରେଭନ୍ଥ ରେଡ୍ଡୀ ବିରୋଧ କରିବା ସହ ହିମନ୍ତ ବିଶ୍ବ ସର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ଦାବି କରିଛନ୍ତି ।

ହିମନ୍ତ ବିଶ୍ବ ସର୍ମାଙ୍କୁ ତୁରନ୍ତ ବହିଷ୍କାର କରାଯାଉ: ତେଲେଙ୍ଗାନା ପିସିସି ସଭାପତି

ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ହିମନ୍ତ ବିଶ୍ବଶର୍ମାଙ୍କ ଏଭଳି ବ୍ୟବହାରକୁ ବିରୋଧ କରିଥିଲେ । ଏଥିସହ ତାଙ୍କୁ ବହିଷ୍କାର କରିବାକୁ କହିଥିଲେ । ସେହିଭଳି ଏହା କଣ ବିଜେପିର ବ୍ୟବହାର, ଶିକ୍ଷା ଓ ହିନ୍ଦୁ ଧର୍ମରେ ଏଭଳି ବ୍ୟବହାର କରାଯାଏ ନାହିଁ ବୋଲି ସେ କହିଥିଲେ ।

ଅନ୍ୟପଟେ ହିମନ୍ତ ବିଶ୍ବଶର୍ମାଙ୍କୁ ବହିଷ୍କାର ସହ ତାଙ୍କ ନାଁରେ ଅପରାଧୀକ ମାମଲା ରୁଜୁ କରିବାକୁ ରେଭନ୍ଥ ରେଡ୍ଡୀ କହିଛନ୍ତି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details