ହାଇଦ୍ରାବାଦ:ତେଲେଙ୍ଗାନା ଶିଳ୍ପ ଓ ଆଇଟି ମନ୍ତ୍ରୀ କେଟିଆରଙ୍କ ନୂଆ ରେକର୍ଡ । ବିଶ୍ବସ୍ତରରେ ନୂତନ ସଫଳତା ଅର୍ଜନ କରିଛନ୍ତି କେଟିଆର । ଓ୍ବାର୍ଲ୍ଡ ଇକୋନୋମିକ ଫୋରମରେ ବିଶ୍ବର ଶ୍ରେଷ୍ଠ 30 ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ମଧ୍ୟରେ କେ.ଟି.ଆରଙ୍କୁ ସ୍ଥାନ ମିଳିଛି । ତାଲିକାରେ ସେ 12ତମ ସ୍ଥାନ ଅଧିକାର କରିଛନ୍ତି । ଭାରତର ଦୁଇଜଣ ଯୁବ ରାଜନେତାଙ୍କୁ ଏହି ଶ୍ରେଷ୍ଠ 30 ଜଣଙ୍କ ମଧ୍ୟରେ ସ୍ଥାନ ମିଳିଛି । ଆମ ଆଦମୀ ପାର୍ଟିର ନେତା ରାଘବ ଚଡ୍ଡା ତାଲିକାର 23ତମ ସ୍ଥାନରେ ଥିବା ବେଳେ ତେଲେଙ୍ଗାନା ମନ୍ତ୍ରୀ କେ.ଟି.ଆରଙ୍କୁ 12ତମ ସ୍ଥାନରେ ରଖାଯାଇଛି ।
କେ.ଟି.ଆର ବର୍ତ୍ତମାନ ତେଲେଙ୍ଗାନାର ସୂଚନା ପ୍ରଯୁକ୍ତିବିଦ୍ୟା ଓ ଶିଳ୍ପ ମନ୍ତ୍ରୀ ଅଛନ୍ତି । ସାମାଜିକ ଗଣମାଧ୍ୟମରେ ମଧ୍ୟ ସେ ବେଶ ସକ୍ରିୟ । ତାଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗକୁ ମଧ୍ୟ ତାଲିକାରେ 22ତମ ସ୍ଥାନ ମିଳିଛି । ତାଙ୍କ କାର୍ଯ୍ୟ କରିବା ଶୈଳୀକୁ ମଧ୍ଯ ସୋସିଆଲ ମିଡିଆରେ ବେଶ ପ୍ରଶଂସା ମିଳିଥାଏ । ସମସ୍ୟାର ସମାଧାନ ଦିଗରେ ସାମାଜିକ ଗଣମାଧ୍ୟମକୁ ଲୋକଙ୍କ ସହ ପ୍ରତ୍ୟେକ୍ଷ ଯୋଗାଯୋଗର ଏକ ମାଧ୍ୟମ ଭାବେ କେଟିଆର ବେଶ ପ୍ରଭାବୀ ବ୍ୟବହାର କରନ୍ତି । ଏଥିପାଇଁ ସାମାଜିକ ଗଣମାଧ୍ୟମରେ ତାଙ୍କର ଫ୍ୟାନ, ଫୋଲର୍ସଙ୍କ ସଂଖ୍ୟା ମଧ୍ୟ ବେଶ ଅଧିକ ରହିଛି । ଜଣେ ଯୁବ ରାଜନୈତିକ ଭାବେ ମଧ୍ୟ ତାଙ୍କର ପ୍ରଶଂସକ ଓ ସମର୍ଥକଙ୍କ ସଂଖ୍ୟା ଅଧିକ ।