ଓଡିଶା

odisha

ETV Bharat / bharat

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ତେଲେଙ୍ଗାନା ଶିଳ୍ପ ମନ୍ତ୍ରୀ - କେନ୍ଦ୍ର ଅର୍ଥମନ୍ତ୍ରୀ

କୋରୋନା ପାଇଁ ବିପର୍ଯ୍ୟସ୍ତ ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ତେଲେଙ୍ଗାନା ସରକାରଙ୍କ ଉଦ୍ୟମ । ଶିଳ୍ପ, ମଧ୍ୟମ ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ରକୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ତେଲେଙ୍ଗାନାର ଆଇଟି ଓ ଶିଳ୍ପ ମନ୍ତ୍ରୀ କେଟି ରାମା ରାଓ । ଅଧିକ ପଢନ୍ତୁ...

Telangana Minister KT Rama Rao writes to FM Nirmala Sitaraman seeking support for MSMEs in the state amid COVID pandemic
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ତେଲେଙ୍ଗାନର ଶିଳ୍ପ ମନ୍ତ୍ରୀ

By

Published : Jul 8, 2021, 10:38 AM IST

ହାଇଦ୍ରାବାଦ:ମହାମାରୀ କୋରୋନା ପାଇଁ ବିପର୍ଯ୍ୟସ୍ତ ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ତେଲେଙ୍ଗାନା ସରକାରଙ୍କ ଉଦ୍ୟମ । ରାଜ୍ୟରେ ଥିବା ଶିଳ୍ପ ,ମଧ୍ୟମ ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ରକୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ତେଲେଙ୍ଗାନାର ଆଇଟି ଓ ଶିଳ୍ପ ମନ୍ତ୍ରୀ କେଟି ରାମା ରାଓ । ଆଗାମୀ 2022 ମାର୍ଚ୍ଚ 31 ଯାଏଁ ରାଜ୍ୟକୁ ସ୍ବତନ୍ତ୍ର ପ୍ୟାକେଜ ସହ ରିହାତି ଦେବାକୁ ଦାବି କରିଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଥିବା ପତ୍ରରେ ରାମା ରାଓ କହିଛନ୍ତି ଯେ ସଂକ୍ରମଣ ମାମଲା ହ୍ରାସ ପାଇଛି । ଅର୍ଥନୈତିକ କାର୍ଯ୍ୟକଳାପର ପୁନରୁଦ୍ଧାରକୁ ବିଚାରକୁ ନେଇ ଏମଏସଏମଇ କ୍ଷେତ୍ରକୁ ସହାୟତା ଆବଶ୍ୟକ ବୋଲି ସେ କହିଛନ୍ତି । "ବ୍ୟବସାୟ ଏବଂ ଏମଏସଏମଇରେ ରାଜସ୍ବ ହ୍ରାସ ହେବାର ଗମ୍ଭୀରତାକୁ ଦେଖି ରାଜ୍ୟରେ ଛୋଟବଡ ବ୍ୟବସାୟୀଙ୍କୁ ଆବଶ୍ୟକୀୟ ବିନା ରୁଣର ସହାୟତା କରୁଛନ୍ତି । ଯାହା ମାର୍ଚ୍ଚ 31, 2022 ପର୍ଯ୍ୟନ୍ତ ପ୍ରଦାନ କରାଯିବ । ଯାହା ବ୍ୟବସାୟୀଙ୍କ ଆର୍ଥିକ ମେରୁଦଣ୍ତକୁ ସଜାଡିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏମଏସଏମଇ ଶିଳ୍ପଗୁଡିକର ପ୍ରାଧାନ୍ୟ ସହିତ ହାଇଦ୍ରାବାଦ ଏବଂ ଏହାର ଆଖପାଖ ଅଞ୍ଚଳ ଗତ ପାଞ୍ଚ ଦଶନ୍ଧି ଧରି ଉତ୍ପାଦନ କ୍ଷେତ୍ର ପାଇଁ ପ୍ରମୁଖ ହବ ହୋଇ ଆସୁଛି । ତେବେ, ଗତ ବର୍ଷ ଠାରୁ ମହାମାରୀ ପରଠାରୁ ଏମଏସଏମଇ ଗୁଡ଼ିକ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଯଦିଓ ମହାମାରୀର ଦ୍ବିତୀୟ ଲହର ସମୟରେ ତେଲେଙ୍ଗାନା ସରକାର ଶିଳ୍ପ ଉପରେ କୈଣସି ପ୍ରତିବନ୍ଧକ ଲଗାଇ ନାହାଁନ୍ତି । ତଥାପି ତେଲେଙ୍ଗାନାର ଶିଳ୍ପସଂସ୍ଥା ଉପରେ ଏହାର ପ୍ରଭାବ ପଡିଛି ।

କେବଳ ସେତିକି ନୁହେଁ, ମନ୍ତ୍ରୀ ରାମା ରାଓ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଅନେକ କଞ୍ଚାମାଲ କ୍ରୟ ତଥା ଗ୍ରାହକଙ୍କୁ ପ୍ରସ୍ତୁତ ଉତ୍ପାଦନ ପଠାଇବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଶିଳ୍ପ ସଂସ୍ଥା ମନ୍ଥର ହେବାର ଅନ୍ୟ ଏକ କାରଣ ହେଉଛି ଶ୍ରମିକ ଅଭାବ । ମହାମାରୀ କାରଣରୁ ଏଠାରେ କାର୍ଯ୍ୟ କରୁଥିବା ଶ୍ରମିକ ନିଜ ରାଜ୍ୟକୁ ଫେରି ଯାଇଛନ୍ତି । ଯାହା ଫଳରେ ଶିଳ୍ପ ସଂସ୍ଥା ଗୁଡିକରେ ଶ୍ରମିକ ଅଭାବ ଲାଗି ରହିଛି । ଏନେଇ ଏମଏସଏମଇ ସପକ୍ଷରେ ସହାୟତା ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରକୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ।

@ANI

ABOUT THE AUTHOR

...view details