ଓଡିଶା

odisha

ETV Bharat / bharat

ଆମିଷପ୍ରେମୀ ତେଲେଙ୍ଗାନା, ଦେଶରେ ସବୁଠାରୁ ଅଧିକ ବିକ୍ରି କରୁଛି ମଟନ - ମାଂସପ୍ରେମୀ ରାଜ୍ୟ ତେଲେଙ୍ଗାନା

ତେଲେଙ୍ଗାନା ଦେଶର ସବୁଠାରୁ ଆମିଷପ୍ରେମୀ ରାଜ୍ୟ । ଏକ ଅଧ୍ୟୟନରୁ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି । ତେଲେଙ୍ଗାନାରେ ଲୋକେ ଅଧିକ ମଟନ ଖାଇବାକୁ ପସନ୍ଦ କରୁଛନ୍ତି । ଅଧିକ ପଢ଼ନ୍ତୁ

Telangana is the most meat consuming state in the country
ଆମିଷପ୍ରେମୀ ତେଲେଙ୍ଗାନା, ଦେଶରେ ସବୁଠାରୁ ଅଧିକ ବିକ୍ରି କରୁଛି ମଟନ

By

Published : Nov 29, 2022, 11:23 AM IST

ହାଇଦ୍ରାବାଦ: ତେଲେଙ୍ଗାନା ଦେଶର ସବୁଠାରୁ ଆମିଷପ୍ରେମୀ ରାଜ୍ୟ । ଏକ ଅଧ୍ୟୟନରୁ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି । ତେଲେଙ୍ଗାନାରେ ଲୋକେ ଅଧିକ ମଟନ ଖାଇବାକୁ ପସନ୍ଦ କରୁଛନ୍ତି । ରାଜ୍ୟରେ ଲୋକଙ୍କ ଖାଦ୍ୟଭ୍ୟାସ ବଦଳିଛି । ଏଠାରେ ଜଣେ ଲୋକ ସପ୍ତାହରେ ଦୁଇରୁ ତିନି ଥର ମଟନ ଖାଇବାକୁ ପସନ୍ଦ କରୁଛନ୍ତି । ଏଥିପାଇଁ ତେଲେଙ୍ଗାନାରେ ମଟନ ଚାହିଦା ବୃଦ୍ଧି ପାଇଛି । ବର୍ତ୍ତମାନ ଏଠାରେ ମଟନ କିଲୋ ପିଛା ୮୦୦ରୁ ୧୦୮୦ ଟଙ୍କାରେ ବିକ୍ରି ହେଉଛି ।

ଆମିଷପ୍ରେମୀ ତେଲେଙ୍ଗାନା, ଦେଶରେ ସବୁଠାରୁ ଅଧିକ ବିକ୍ରି କରୁଛି ମଟନ

ତେଲେଙ୍ଗାନାରେ ଲୋକେ ଅଧିକ ମାଂସ ପ୍ରିୟ । ଗତ ୪ ବର୍ଷରେ ରାଜ୍ୟରେ ୯.୭୫ ଲକ୍ଷ ଟନ୍‌ ମଟନ୍‌ ବିକ୍ରି ହୋଇଛି । ଯଦି ହାରାହାରି ହିସାବ କରାଯାଏ, ତେବେ କିଲୋ ପିଛା ୬୦୦ ଟଙ୍କାରେ ମାଂସ ବିକ୍ରି ହେଉଛି । ଲୋକେ ୫୮ ହଜାର ୫୦୦ କୋଟି ଟଙ୍କା ମଟନ ପାଇଁ ଖର୍ଚ୍ଚ କରିଛନ୍ତି । ମାଂସପ୍ରେମୀ ରାଜ୍ୟକୁ ନେଇ ନ୍ୟାସନାଲ୍‌ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା । ଏହି ଅଧ୍ୟୟନରୁ ଜଣା ପଡ଼ିଛି, ଅନ୍ତର୍ଜାତୀୟ ବଜାରରେ ମଟନ କିଲୋ ପିଛା ୬୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ତେଲେଙ୍ଗାନାରେ ୧୦୦୦ କେଜି ବିକ୍ରି ହେଉଛି ।

ଦେଶର ସର୍ବାଧିକ ଛେଳି ତେଲେଙ୍ଗାନାରେ ବିକ୍ରି ହେଉଛି । ଗତ ୪ ବର୍ଷରେ ରାଜ୍ୟରେ ପ୍ରାୟ ୯୦ ଲକ୍ଷ କୋଟି ଛେଳି ବିକ୍ରି ହୋଇଛି । ରିପୋର୍ଟ ମୁତାବକ ପ୍ରତ୍ୟେକ ଦିନ ତେଲେଙ୍ଗାନାକୁ ୮୦ରୁ ୧୦୦ଟି ଛେଳି ଲୋଡ୍‌ ଟ୍ରକ୍‌ ଆସୁଛି । ତେବେ ମାଂସର ଚାହିଦା ବୃଦ୍ଧି ପାଉଥିବା ଦେଖି ତେଲେଙ୍ଗାନା ଛେଳି ମେଣ୍ଢା ବିକାଶ ସମବାୟ ସଂଘ ପକ୍ଷରୁ ଛେଳିର ବ୍ରିଡିଂ କିଭଳି ଅଧିକ କରାଯିବ ତାହାକୁ ନେଇ ଅଧ୍ୟୟନ କରୁଛି । ଯାହାଦ୍ବାରା ରାଜ୍ୟରେ ସୁଲଭ ମୂଲ୍ୟରେ ଏହାର ଚାହିଦା ପୂରଣ ହେବ ।

୨୦୧୫-୧୬ରେ ରାଜ୍ୟରେ ୧.୩୫ ଲକ୍ଷ ଟନ୍‌ ମଟନ୍‌ ଉତ୍ପାଦନ ହୋଇଥିଲା । ୨୦୨୦-୨୧ରେ ଏହା ବୃଦ୍ଧି ପାଇ ୩.୦୩ ଲକ୍ଷ ଟନ୍‌ରେ ପହଞ୍ଚିଥିଲା । ୨୦୨୨ ସୁଦ୍ଧା ଏହା ୩.୫୦ ଲକ୍ଷ ଟନ୍‌ ମଟନ ବିକ୍ରି ହେବା ନେଇ ଆକଳନ କରାଯାଉଛି । ଯାହାଫଳରେ ଲୋକେ ଚଳିତ ବର୍ଷ ୩୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ଯାହାଫଳରେ ମାର୍କେଟ୍‌ରେ ୩୫ ହଜାର କୋଟି ଟଙ୍କାର ବ୍ୟବସାୟ ହେବ ।

ଦେଶରେ ମୁଣ୍ଡା ପିଛା ୫.୪ କେଜି ମଟନ୍‌ ଖାଉଛନ୍ତି ଲୋକେ । କିନ୍ତୁ ତେଲେଙ୍ଗାନାରେ ଏହି ହାର ବୃଦ୍ଧି ପାଇଁ ୨୧.୧୭ କେଜିରେ ପହଞ୍ଚିଛି । ଛେଳି ମେଣ୍ଢା ବିକାଶ ସମବାୟ ସଂଘ ସ୍ପଷ୍ଟ କରିଛି ଯେ, ରାଜ୍ୟରେ ପ୍ରତ୍ୟେକ ବର୍ଷ ଛେଳି ବ୍ରିଡିଂ କରାଯାଉଛି । ଯାହାଦ୍ବାାରା ୭୯୨୦ କୋଟି ବ୍ୟବସାୟ ହେଉଛି । ୮୨.୭୪ ଲକ୍ଷ ଛେଳି ବା ମେଣ୍ଢା ଅନ୍ୟ ରାଜ୍ୟରୁ ଆମଦାନୀ କରାଯାଉଛି । ଗୋଲା ଓ କୁରୁମା ସମ୍ପ୍ରଦାୟକୁ ଏହାକୁ ବଣ୍ଟନ କରାଯାଉଛି । ଲୋକେ ଯେଉଁ ଛେଳି ପାଳୁଛନ୍ତି ସେମାନଙ୍କଠାରୁ ୧.୩୨ କୋଟି ଛେଳିଛୁଆ ଜନ୍ମ ନେଉଛନ୍ତି ।

ABOUT THE AUTHOR

...view details