ହାଇଦ୍ରାବାଦ:ଶିକାର ପାଇଁ ପାହାଡ଼ ଘରେ ଜଙ୍ଗଲକୁ ଯାଇଥିଲେ ଯୁବକ (Telangana Hunter stuck in Rocks) । ହେଲେ ଏହି ସମୟରେ ପକେଟରୁ ଖସିଗଲା ମୋବାଇଲ । ମୋବାଇଲ ଆଣିବାକୁ ଯିବା ବେଳେ ଘଟିଲା ଅଘଟଣ (Man stuck between rock in Reddypet) । ଦୀର୍ଘ ୪୨ ଘଣ୍ଟା ପଥର କନ୍ଦିରେ ଫସିବା ପରେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ପଥର କନ୍ଦିରେ ଫସିଥିବା ସମୟରେ ଯୁବକ ଜଣକଙ୍କ କେବଳ ଗୋଟିଏ ହାତ ଓ ଗୋଡ଼ ଦେଖାଯାଉଥିଲା । ଉଦ୍ଧାରକାରୀ ଟିମର ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ଯୁବକ ଜଣକ ଉଦ୍ଧାର ହୋଇଛନ୍ତି । ଏଭଳି ଘଟଣା ତେଲଙ୍ଗାନା କାମାରେଡ଼ି ଜିଲ୍ଲା ରେଡିପେଟ ନିକଟ ରାମରେଡି ଅଞ୍ଚଳରେ ଘଟିଛି ।
ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ଜଣକ ରେଡିପେଟ ଅଧିବାସୀ ସାଦା ରାଜୁ ବୋଲି ଜଣାପଡ଼ିଛି । ଗତ ମଙ୍ଗଳବାର ସେ ନିଜ ବନ୍ଧୁ ମହେଶଙ୍କ ସହିତ ଘାନପୁର ଉପକଣ୍ଠରେ ଥିବା ଜଙ୍ଗଲକୁ ଶିକାର ଲାଗି ଯାଇଥିଲେ । ପଥର ଉପରେ ଚଢି ଯାଉଥିବା ବେଳେ ହଠାତ ତାଙ୍କ ପକେଟରୁ ମୋବାଇଲ ଖସିପଡ଼ିଥିଲା । ତେବେ ମୋବାଇଲ ଆଣିବା ବେଳେ ତାଙ୍କ ଗୋଡ଼ ଖସିଯିବା ପରେ ସେ ପଥର କନ୍ଦିରେ ଫସିଯାଇଥିଲେ (Man trapped inside cave in Kamareddy) । ତାଙ୍କ ସହିତ ଥିବା ବନ୍ଧୁ ଅନେକ ସମୟ ଉଦ୍ୟମ କରିବା ପରେ ମଧ୍ୟ ତାଙ୍କୁ ବାହାର କରିପାରିନଥିଲେ । ଏହାପରେ ସେ ପରିବାରକୁ ଖବର ଦେଇଥିଲେ । ପରିବାର ଓ ଅନ୍ୟ ବନ୍ଧୁ ମଧ୍ୟ ଅନେକ ଚେଷ୍ଟା କରିବା ପରେ ମଧ୍ୟ ଅସଫଳ ହୋଇଥିଲେ ।