ଓଡିଶା

odisha

ETV Bharat / bharat

ଜେଲରୁ ମୁକୁଳିବେ ବିଧାୟକ ରାଜା ସିଂ, ତେଲେଙ୍ଗାନା ହାଇକୋର୍ଟ ଦେଲେ ନିର୍ଦ୍ଦେଶ - ତେଲେଙ୍ଗାନା ହାଇକୋର୍ଟ

ଜେଲରୁ ମୁକୁଳିବେ ବିଧାୟକ ରାଜା ସିଂ । ବିଜେପିର ନିଲମ୍ବିତ ତଥା ବିବାଦୀୟ ବିଧାୟକ ରାଜା ସିଂଙ୍କୁ ତେଲେଙ୍ଗାନା ହାଇକୋର୍ଟରୁ ମିଳିଲା ଜାମିନ (Telangana High Court orders to release Raja Singh)। ବିବାଦୀୟ ବୟାନ ମାମଲାରେ ହୋଇଥିଲେ ଗିରଫ । ଅଧିକ ପଢନ୍ତୁ

ଜେଲରୁ ମୁକୁଳିବେ ବିଧାୟକ ରାଜା ସିଂ, ତେଲେଙ୍ଗାନା ହାଇକୋର୍ଟ ଦେଲେ ନିର୍ଦ୍ଦେଶ
ଜେଲରୁ ମୁକୁଳିବେ ବିଧାୟକ ରାଜା ସିଂ, ତେଲେଙ୍ଗାନା ହାଇକୋର୍ଟ ଦେଲେ ନିର୍ଦ୍ଦେଶ

By

Published : Nov 9, 2022, 7:11 PM IST

ହାଇଦ୍ରାବାଦ: ଜେଲରୁ ମୁକୁଳିବେ ବିଧାୟକ ରାଜା ସିଂ । ଅଢେଇ ମାସ ପରେ ଜେଲରୁ ବାହାରିବେ ଭାରତୀୟ ଜନତା ପାର୍ଟିର ନିଲମ୍ବିତ ତଥା ବିବାଦୀୟ ବିଧାୟକ ରାଜା ସିଂ। ଆଜି ତେଲେଙ୍ଗାନା ଉଚ୍ଚ ନ୍ୟାୟାଳୟ ବିଧାୟକ ସିଂଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି (Telangana High Court orders to release Raja Singh)। ତେଲେଙ୍ଗାନାର ଗୋସମାହାଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ଥିବା ରାଜା ସିଂ ଧର୍ମୀୟ ବିବାଦୀୟ ବୟାନ ନେଇ ଅଗଷ୍ଟ 25 ରେ ଗିରଫ ହୋଇଥିଲେ । ପରେ ତାଙ୍କୁ ଦଳ ପକ୍ଷରୁ ମଧ୍ୟ ନିଲମ୍ବିତ କରାଯାଇଛି ।

ବିଧାୟକ ରାଜା ସିଂ ଏକ ବିବାଦୀୟ ବୟାନ ଦେବା ସହ ଭିଡିଓକୁ ୟୁଟ୍ୟୁବରେ ମଧ୍ୟ ପୋଷ୍ଟ କରିଥିଲେ । ରାଜାଙ୍କ ମନ୍ତବ୍ୟ ପରେ ତେଲେଙ୍ଗାନାରେ ରାଜନୈତିକ ଉତ୍ତେଜନା ଦେଖିବାକୁ ମିଳିଥିଲା । ତାଙ୍କୁ ଗିରଫ କରିବା ଦାବିରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ହାଇଦ୍ରାବାଦରେ ପ୍ରତିବାଦ ମଧ୍ୟ କରିଥିଲେ । ସାମ୍ପ୍ରଦାୟିକ ସଦଭାବନା ନଷ୍ଟ କରିବା, ଘୃଣା ଓ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି କରିବା ପରି ବୟାନ ଦେବା ଅଭିଯୋଗରେ ତାଙ୍କୁ ତେଲେଙ୍ଗାନ ପୋଲିସ ଅଗଷ୍ଟ 25 ତାରିଖରେ ଗିରଫ କିରଥିଲା ।

ଏହା ମଧ୍ୟ ପଢନ୍ତୁ:Patra Chawl land scam case: ସଞ୍ଜୟ ରାଉତଙ୍କୁ ଆଶ୍ବସ୍ତି, ଜାମିନ ମଞ୍ଜୁର କଲେ PMLA କୋର୍ଟ

ଘଟଣା ପରେ ବିଧାୟକ ରାଜା ସିଂଙ୍କୁ ନିଜ ଦଳ ଭାରତୀୟ ଜନତା ପାର୍ଟି ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ନିଲମ୍ବିତ କରିଛି । ସେବେ ଠାରୁ ସେ ଜାମିନ ପାଇବା ପାଇଁ ଏକାଧିକ ଥର ଆବେଦନ କରିସାରିଥିଲେ ସୁଦ୍ଧା ଏକାଧିକ ଥର ତାଙ୍କ ଆବେଦନ ଖାରଜ ହୋଇଥିଲା । ଶେଷରେ ଆଜି (ବୁଧବାର) ତାଙ୍କୁ ତେଲେଙ୍ଗାନା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ତେବେ ସେ କୌଣସି ସାଧାରଣ ସଭା କିମ୍ବା ନିର୍ବାଚନୀ ରାଲିରେ ଅଂଶ ଗ୍ରହଣ କରିପାରିବେ ନାହିଁ । ସେହିପରି ସେ କୌଣସି ପ୍ରେସମିଟ ମଧ୍ୟ ନକରିବା ପାଇଁ କୋର୍ଟ ସର୍ତ୍ତ ରଖିଛନ୍ତି । ସର୍ତ୍ତ ଉଲଙ୍ଘନ କଲେ ପୁଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details