ଓଡିଶା

odisha

By

Published : Sep 27, 2021, 4:46 PM IST

ETV Bharat / bharat

ଅଷ୍ଟମ ଶ୍ରେଣୀ ବହିରେ ଆତଙ୍କବାଦୀ ଫଟୋ, ଜୋର ଧରିଲା ବିବାଦ

ତେଲେଙ୍ଗାନାର ଅଷ୍ଟମ ଶ୍ରେଣୀର ସାମାଜିକ ଅଧ୍ୟୟନ(ଇଂରାଜୀ ମାଧ୍ୟମ) ବହିରେ ମୁସଲମାନଙ୍କ ପବିତ୍ର ଧର୍ମଗ୍ରନ୍ଥ କୋରାନ ଧରିଥିବା ଜଣେ ଆତଙ୍କବାଦୀର ଫଟୋ ଛପାଯାଇଛି, ଯାହାକୁ ନେଇ ବିଭିନ୍ନ ମହଲରୁ ବିରୋଧ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଅଷ୍ଟମ ଶ୍ରେଣୀ ବହିରେ ଫଟୋରେ ଆତଙ୍କବାଦୀ ଫଟୋ, ଜୋର ଧରିଲା ବିବାଦ
ଅଷ୍ଟମ ଶ୍ରେଣୀ ବହିରେ ଫଟୋରେ ଆତଙ୍କବାଦୀ ଫଟୋ, ଜୋର ଧରିଲା ବିବାଦ

ହାଇଦ୍ରାବାଦ: ତେଲେଙ୍ଗାନାର ଏକ ସ୍କୁଲ ବହିରେ ଆତଙ୍କବାଦୀ ସହ ଜଡିତ ଫଟୋ ଚପା ହେବା ଘଟଣାକୁ ନେଇ ଜୋର ଧରିଛି ବିବାଦ । ଅଷ୍ଟମ ଶ୍ରେଣୀର ସାମାଜିକ ଅଧ୍ୟୟନ(ଇଂରାଜୀ ମାଧ୍ୟମ) ବହିରେ ମୁସଲମାନଙ୍କ ପବିତ୍ର ଧର୍ମଗ୍ରନ୍ଥ କୋରାନ ଧରିଥିବା ଜଣେ ଆତଙ୍କବାଦୀର ଫଟୋ ଛପାଯାଇଛି, ଯାହାକୁ ନେଇ ବିଭିନ୍ନ ମହଲରୁ ବିରୋଧ ଦେଖିବାକୁ ମିଳିଛି । ବିବାଦ ବଢିବା ପରେ ଏହି ଫଟୋକୁ ସଙ୍ଗେସଙ୍ଗେ ବହିରୁ ହଟାଇବାକୁ ଆଦେଶ ଦେଇଛନ୍ତି ତେଲେଙ୍ଗାନା ସରକାର ।

ଅଷ୍ଟମ ଶ୍ରେଣୀର ପାଠ୍ୟ ପୁସ୍ତକରୁ 'ଇସଲାମିକ କଟ୍ଟରବାଦ' ସହ ଜଡିତ କଣ୍ଟେଣ୍ଟକୁ ଯଥାଶୀଘ୍ର ହଟାଇବାକୁ ତେଲେଙ୍ଗାନା ସରକାରଙ୍କୁ ଦାବି କରିଥିଲା ଷ୍ଟୁଡେଣ୍ଟ ଇସଲାମିକ ଅର୍ଗାନାଇଜେସନ ଅଫ ଇଣ୍ଡିଆ(ଏସଆଇଓ) । ଫଟୋରେ ଆତଙ୍କବାଦୀ ଜଣକ ନିଜ ଡାହାଣ ହାତରେ ପବିତ୍ର କୋରାନ ଧରିଛି । ଏହା 'ସ୍ବାଧୀନତା ଆନ୍ଦୋଳନ-ଅନ୍ତିମ ପର୍ଯ୍ୟାୟ 1919-1947'ରେ ପ୍ରକାଶିତ ହୋଇଛି ।

ଇସଲାମୋଫୋବିକ କଣ୍ଟେଣ୍ଟର ପ୍ରକାଶନକୁ କଡା ନିନ୍ଦା କରାଯିବା ସହିତ ରାଜ୍ୟର ଶିକ୍ଷାମନ୍ତ୍ରୀ ପି. ସବିତା ଇନ୍ଦ୍ରାଙ୍କୁ ଏହା ବରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅପିଲ କରିଛନ୍ତି ବିଭିନ୍ନ ସଙ୍ଗଠନ । ଏହା ଏକ ଭେଦଭାବ ପୂର୍ଣ୍ଣ କଣ୍ଟେଣ୍ଟ ହୋଇଥିବାବେଳେ ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଉଥିବା କୁହାଯାଇଛି ।

ABOUT THE AUTHOR

...view details