ଓଡିଶା

odisha

ETV Bharat / bharat

ତେଲେଙ୍ଗାନାରେ ଜୁନ 10 ଯାଏଁ ବଢିଲା ଲକଡାଉନ, ବଢିଲା କୋହଳ ସମୟ

ଲକଡାଉନ-2 ଆଜି ଶେଷ ହେଉଥିବାବେଳେ ଏହାକୁ ଆହୁରି 10 ଦିନ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ସରକାର । ଅଧିକ ପଢନ୍ତୁ...

ତେଲେଙ୍ଗାନାରେ ଜୁନ10 ଯାଏଁ ବଢିଲା ଲକଡାଉନ
ତେଲେଙ୍ଗାନାରେ ଜୁନ10 ଯାଏଁ ବଢିଲା ଲକଡାଉନ

By

Published : May 31, 2021, 8:35 AM IST

ହାଇଦ୍ରାବାଦ:ଆଜିଠୁ ତେଲେଙ୍ଗାନାରେ ପୁଣି ବଢିଲା ଲକଡାଉନ ଅବଧି । ଲକଡାଉନ-2 ଆଜି ଶେଷ ହେଉଥିବାବେଳେ ଏହାକୁ ଆହୁରି 10ଦିନ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ସରକାର । ସଂକ୍ରମଣରେ ବ୍ରେକ ନଲାଗିବାରୁ ନିଆଯାଇଛି ଏହି ନିଷ୍ପତ୍ତି ।

ଗତକାଲି ତେଲେଙ୍କାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଅଧକ୍ଷତାରେ ହାଇଦ୍ରାବାଦର ପ୍ରଗତୀ ଭବନରେ କ୍ୟାବିନେଟ ବୈଠକ ବସିଥିଲା । ବୈଠକରେ ଲକଡାଉନ ସମୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଆହୁରି 10ଦିନ ଲକଡାଉନ ବୃଦ୍ଧି କରାଯାଇଛି । ମାତ୍ର ଅର୍ଥନୀତି ଦୃଷ୍ଟିରୁ କିଛି ନିୟମ କୋହଳ କରାଯାଇଛି । ପୂର୍ବରୁ ସକାଳ 6ଟାରୁ 10ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଥିଲା । ମାତ୍ର ଏହାକୁ 6ଟାରୁ 1ଟା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏ ନେଇ ଖୁବ ଶୀଘ୍ର ଗାଇଡଲାଇନ ଜାରି ହେବା ବୋଲି ଚ୍ବିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେସିଆର ।

ଦିନ 1ଟା ପରେ କଟକଣା ଜୋରଦାର କରାଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଲୋକଙ୍କୁ ନିଜର ସମସ୍ତ କାର୍ଯ୍ୟ 1ଟା ଭିତରେ ଶେଷ କରିବାକୁ ହେବ । ଏହା ସହିତ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଓ ସ୍ବାସ୍ଥ୍ୟଅଧିକାରୀମାନେ କୋରୋନା ସଂକ୍ରମଣ ଅଧିକ ଥିବା ଅଞ୍ଚଳ ପରିଦର୍ଶନ କରିବାକୁ କ୍ୟାବିନେଟ ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ସହିତ ଆବଶ୍ୟକ ସ୍ଥଳେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ । କ୍ୟାବିନେଟରେ ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଟୀକାକରଣ କରିବାକୁ ନିଷ୍ପତ୍ତି ହୋଇଛି ।

@ANI

ABOUT THE AUTHOR

...view details