ଓଡିଶା

odisha

By

Published : Jun 6, 2022, 10:29 AM IST

ETV Bharat / bharat

Hyderabad Teen Rape Case: ତେଲେଙ୍ଗାନା ରାଜ୍ୟପାଳଙ୍କ ରିପୋର୍ଟ ତଲବ

ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ଘଟଣା । ୨ ଦିନ ମଧ୍ୟରେ ରିପୋର୍ଟ ତଲବ ପାଇଁ ତେଲେଙ୍ଗାନା ରାଜ୍ୟପାଳଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Hyderabad Teen rape case: ତେଲେଙ୍ଗାନା ରାଜ୍ୟପାଳଙ୍କ ରିପୋର୍ଟ ତଲବ
Hyderabad Teen rape case: ତେଲେଙ୍ଗାନା ରାଜ୍ୟପାଳଙ୍କ ରିପୋର୍ଟ ତଲବ

ହାଇଦ୍ରାବାଦ:ତେଲେଙ୍ଗାନା ଜୁବିଲି ହିଲ୍ସ ନିକଟରେ ନାବାଳିକାଙ୍କୁ ମର୍ସିଡିଜ୍‌ କାର ମଧ୍ୟରେ ଗଣଦୁଷ୍କର୍ମ ଘଟଣା (Hyderabad teen rape case) । ସିଟି ପୋଲିସ ଘଟଣାରେ ରବିବାର ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିବା ପରେ ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ ଘଟଣାର ସବିଶେଷ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ୨ ଦିନ ମଧ୍ୟରେ ଏହି ରିପୋର୍ଟ ଦେବା ପାଇଁ ସେ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ଘଟଣାରେ ପୋଲିସ ଜଣେ ଯୁବକ ଓ ୩ ଜଣ ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ଡିସିପି ଜୁଏଲ ଡେଭିସ କହିଛନ୍ତି । ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ରାଜ୍ୟପାଳ ତାମିଲିସାଇ । ଘଟଣାର ସବିଶେଷ ରିପୋର୍ଟ ଦେବା ପାଇଁ ସେ ପ୍ରେସମିଟ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିନ୍ଦନୀୟ ଘଟଣା ଘଟିବା ପରେ ରାଜ୍ୟ ସରକାରଙ୍କୁ ବିରୋଧୀ ମାନେ ଟାର୍ଗେଟ କରିଛନ୍ତି । ଏହି ଘଟଣାରେ ଜଣେ ବିଧାୟକଙ୍କ ପୁଅ ସାମିଲ ଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି ।

ଏଥିଲାଗି ସରକାର ଅଭିଯୁକ୍ତଙ୍କ ଉପରେ ଘଣ୍ଟ ଘୋଡାଉଥିବା ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଥିବା ବେଳେ CBI ତଦନ୍ତ ଦାବି କରିଛନ୍ତି । ବିଜେପି ବିଧାୟକ ଏମ. ରଘୁନନ୍ଦନ ରାଓ କିଛି ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କିଛି ଫଟୋ ଦେଖାଇଥିଲେ । ଘଟଣାରେ AIMIM ବିଧାୟକ ସାମିଲ ଥିବା ସେ ଅଭିଯୋଗ ଆଣିଥିଲେ । ମାତ୍ର କୌଣସି ପ୍ରମାଣ ମିଳିନଥିବାରୁ ପୋଲିସ ଏହାକୁ ଖଣ୍ଡନ ମଧ୍ୟ କରିଥିଲା ।

କଣ ଥିଲା ଘଟଣା ?

ସୂଚନା ଥାଉକି, ଗତ ୫ ଦିନ ପୂର୍ବରୁ ହାଇଦ୍ରାବାଦର ଜୁବିଲି ହିଲ୍ସ(Jubilee Hills locality) ନିକଟରେ ଜଣେ ନାବାଳିକା ଦିନବେଳା ପବ୍‌(Pub)କୁ ଯାଇଥିବା ବେଳେ ଘଟିଛି ଏହି ନିନ୍ଦନୀୟ ଘଟଣା । ୫ ଜଣ ଯୁବକ ତାଙ୍କୁ ପବ୍‌ରୁ ଆଣି ଏକ କାର ଭିତରେ ଗଣଦୁଷ୍କର୍ମ କରିଥିଲେ । ଅଭିଯୁକ୍ତଙ୍କ ମଧ୍ୟରେ କିଛି ନାବାଳକ ରହିଥିବା ପୋଲିସ କହିଥିଲା । ଏହି ଘଟଣା ଜଣାପଡ଼ିବା ପରେ ପୀଡ଼ିତାର ପିତା ମେ ୩୧ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୀଡ଼ିତା ଜଣକ ଘଟଣା ଘଟିବା ପରେ ଭୟଭୀତ ଅବସ୍ଥାରେ ଥିବାରୁ କିଛି ପ୍ରତିକ୍ରିୟା ଦେଇନଥିଲେ ।

ABOUT THE AUTHOR

...view details