ହାଇଦ୍ରାବାଦ:ଗତକାଲି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଆଜି ବିଦାୟୀ ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ ତାମିଲସାହି ସୁନ୍ଦରାଜନ । ଚଳିତ ନିର୍ବାଚନରେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) ପରାଜିତ ହେବା ସହ ସରକାର ଗଠନ ପାଇଁ କଂଗ୍ରେସ ବହୁମତ ହାସଲ କରିଛି । ଗତକାଲି ଫଳାଫଳ ସ୍ପଷ୍ଟ ହେବା ପରେ ମୁଖ୍ୟମନ୍ତ୍ରୀ କେସିଆର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପଠାଇ ଦେଇଥିଲେ । ରାଜ୍ୟପାଳ ଇସ୍ତଫା ଗ୍ରହଣ କରିବା ସହ କେସିଆରଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପର୍ଯ୍ୟନ୍ତ ପଦରେ ରହିବାକୁ ପରାମର୍ଶ ଦେଇଥିଲେ । କେସିଆର ଏବେ ଅସ୍ଥାୟୀ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି ।
ଅନ୍ୟପଟେ ଗାଣତାନ୍ତ୍ରିକ ପରମ୍ପରା ଅନୁସାରେ, ନୂଆ କ୍ୟାବିନେଟ ଶପଥ ନେବା ପୂର୍ବରୁ ବିଦାୟୀ ବିଧାସଭାକୁ ରାଜ୍ୟପାଳ ଭଙ୍ଗ କରିଛନ୍ତି । ଏହି ପ୍ରକ୍ରିୟା ସମ୍ପର୍କରେ ରାଜଭବନ ଏକ ପ୍ରେସବାର୍ତ୍ତା ଜାରି କରି ସୂଚନା ପ୍ରଦାନ କରିଛି ।‘‘ ତେଲେଙ୍ଗାନାର ଦ୍ବିତୀୟ ବିଧାନସଭାକୁ ଭଙ୍ଗ କରିବା ପାଇଁ ଚଳିତ 3 ତାରିଖରେ ମନ୍ତ୍ରୀମଣ୍ଡଳରେ ପାରିତ ହୋଇଥିବା ସଙ୍କଳ୍ପକୁ ରାଜଭବନ ଗ୍ରହଣ କରିଛି । ସଙ୍କଳ୍ପକୁ ଅନୁମୋଦନ ଦେବା ସହ ରାଜ୍ୟର ଦ୍ବିତୀୟ ବିଧାନସଭାକୁ ରାଜ୍ୟପାଳ ଭଙ୍ଗ କରିଛନ୍ତି ।’’
ଏହା ମଧ୍ୟ ପଢନ୍ତୁ :- କାଲି ପ୍ରଥମାଷ୍ଟମୀ, ମାମୁଁ ଘରୁ ଆସି ଶ୍ରୀମନ୍ଦିରରେ ପହଞ୍ଚିଲା ପୋଢୁଆଁ ଭାର