ହାଇଦ୍ରାବାଦ:ମହାମାରୀ କୋରୋନା ସମୟରେ ତେଲେଙ୍ଗାନା ସରକାରଙ୍କର ବଡ ନିଷ୍ପତି । 114 ଡାକ୍ତରଖାନାରେ 755 ଜଣ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି କରିବାକୁ ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି । କୋରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଡାକ୍ତରଖାନାରେ ପର୍ଯ୍ୟାପ୍ତ କର୍ମଚାରୀ ନିଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିଷ୍ପତ୍ତି ନେଇଛନ୍ତି।
5 ଦିନରେ 755 ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେବେ ତେଲେଙ୍ଗାନା ସରକାର
ତେଲେଙ୍ଗାନା ସରକାରଙ୍କ ବଡ ନିଷ୍ପତି । 5 ଦିନ ମଧ୍ୟରେ 114 ଡାକ୍ତରଖାନାରେ 755 ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଦେବେ ନିଯୁକ୍ତି । ଅଧିକ ପଢନ୍ତୁ...
5 ଦିନରେ 755 ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେବେ ତେଲେଙ୍ଗାନା ସରକାର
144 ଜଣ ଡାକ୍ତର, 527 ନର୍ସ ଏବଂ 84 ଲ୍ୟାବ ଟେକ୍ନିସିଆନଙ୍କ ସମେତ 755 ଟି ପଦବୀକୁ ମଞ୍ଜୁର କରିଛନ୍ତି ତେଲେଙ୍ଗାନା ସରକାର । 5 ଦିନ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲା କଲେକ୍ଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ସରକାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ