ଓଡିଶା

odisha

ETV Bharat / bharat

ହସ୍ପିଟାଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଅଭିଯୁକ୍ତ ଫେରାର - ତେଲେଙ୍ଗାନା

ଥମୁନି ଲଜ୍ଜା । ତେଲେଙ୍ଗାନାର ନିଜାମବାଦ ହସପିଟାଲ ରୁମରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ୪ ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ...

ନିଜାମବାଦ ହସପିଟାଲ ରୁମରେ ଯୁବତୀଙ୍କୁ ଗଣଦୁଷ୍କର୍ମ !
ନିଜାମବାଦ ହସପିଟାଲ ରୁମରେ ଯୁବତୀଙ୍କୁ ଗଣଦୁଷ୍କର୍ମ !

By

Published : Sep 29, 2021, 2:02 PM IST

ହାଇଦ୍ରବାଦ: ଥମୁନି ଲଜ୍ଜା । ସମାଜରେ ଦିନକୁ ଦିନ ଅସୁରକ୍ଷିତ ହେଉଛନ୍ତି ମହିଳା । ହସପିଟାଲ ରୁମ ମଧ୍ୟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ତେଲେଙ୍ଗାନାର ନିଜାମବାଦ ହସପିଟାଲରେ । ଘଟଣାସ୍ଥଳରୁ ସମସ୍ତ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି । ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଚାରିଜଣ ଦୁର୍ବୃତ୍ତ ଜଣେ ଯୁବତୀଙ୍କୁ ମଦ ପିଆଇ ମେଡିକାଲର ଏକ କୋଠରୀକୁ ନେଇଯାଇଥିଲେ । ପରେ ସେଠାରେ ୪ ଜଣ ଦୁବୃର୍ତ୍ତ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏହାସହ ଘଟଣାସ୍ଥଳରୁ ଛାଡି ତାଙ୍କୁ ପଳାଇଥିଲେ । ଘଟଣାଟି ଜଣାପଡିବା ପରେ ପୋଲିସ ପହଞ୍ଚି ଯୁବତୀଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରିଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ୪ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏ ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details