ଓଡିଶା

odisha

ETV Bharat / bharat

Telangana polls: ଏଥର ୯ଟି ଆସନରେ ନିର୍ବାଚନ ଲଢିବ AIMIM - ତେଲେଙ୍ଗାନା ନିର୍ବାଚନ ପ୍ରସ୍ତୁତି

ଆସନ୍ତା ୩୦ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ । ଚଳିତ ନିର୍ବାଚନରେ ୯ଟି ଆସନରେ ନିର୍ବାଚନ ଲଢିବ AIMIM । ଅଧିକ ପଢନ୍ତୁ

ତେଲେଙ୍ଗାନା ନିର୍ବାଚନ
Telangana polls

By ETV Bharat Odisha Team

Published : Nov 4, 2023, 7:05 AM IST

ହାଇଦ୍ରାବାଦ:ଚଳିତ ମାସ ଶେଷ ସପ୍ତାହରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ । ଆସନ୍ତା ୩୦ ତାରିଖରେ ଭୋଟ ଗ୍ରହଣ ଆଉ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବ ଫଳାଫଳ । ହାତରେ ଆଉ ମାତ୍ର ଦିନ କେଇଟା ବାକିଥିବାବେଳେ ସମସ୍ତ ଦଳ ଚଳାଇଛନ୍ତି ଜୋରଦାର ପ୍ରସ୍ତୁତି । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଆରଏସ ଦଳ ସମେତ କଂଗ୍ରେସ ଓ ବିଜେପି ମଧ୍ୟ ଜୋରଦାର ପ୍ରସ୍ତୁତି କରୁଛନ୍ତି । ଏହାରି ଭିତରେ ବଡ଼ ଘୋଷଣା କରିଛି AIMIM ।

ତେଲେଙ୍ଗାନା ନିର୍ବାଚନରେ ଏଥର ୯ଟି ସିଟରେ ପ୍ରତିଦ୍ବନ୍ଦିତା କରିବ AIMIM । ଏନେଇ AIMIM ସଭାପତି ଅସଦୁଦ୍ଦିନ ଓୱେସି କହିଛନ୍ତି, ବିଧାନସଭାରେ AIMIM ଦଳ ପ୍ରତିନିଧିତ୍ବ କରୁଥିବା ୭ଟି ସିଟ୍ ବ୍ୟତୀତ ଚଳିତ ନିର୍ବାଚନରେ ଆଉ ୨ଟି ସିଟରେ ମଧ୍ୟ ଲଢିବ । ରାଜେନ୍ଦ୍ର ନଗର ଏବଂ ଜୁବଲି ହିଲ୍ସ ଏହି ୨ଟି ଆସନ ମିଶାଇ ମୋଟ୍ ୯ଟି ଆସନରେ ପ୍ରତିଦ୍ବନ୍ଦିତା କରିବାକୁ ଯାଉଛି AIMIM । ଏଥିପାଇଁ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।

ନିର୍ବାଚନ ଆୟୋଗଙ୍କ ଦ୍ବାରା କରାଯାଇଥିବା ଘୋଷଣା ଅନୁସାରେ, ତେଲେଙ୍ଗାନାରେ ୧୧୯ଟି ବିଧାସଭା ଆସନ ପାଇଁ ୩୦ ନଭେମ୍ବରରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଡିସେମ୍ବର ୩ରେ ଫଳାଫଳ ପ୍ରକାଶ ପାଇବ । ଏନେଇ AIMIM ସଭାପତି ଅସଦୁଦ୍ଦିନ ଓୱେସି କହିଛନ୍ତି, ଦଳ ମାଲାକପେଟରୁ ବଲାଲା, କରୱାନରୁ କୌସର, ଏବଂ ନାମପଲ୍ଲୀ ଆସନରୁ ମଜିଦ ହୁସେନଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି ।"

ଏହା ବି ପଢନ୍ତୁ...2024 Election: ନିର୍ବାଚନ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କଲା ବିଜେପି

ଏହା ବି ପଢନ୍ତୁ...Chhendipada Constituency: ମିଶନ ୨୪ ପାଇଁ ପାଗଭିଡା, କିଏ ହାତେଇବ ଛେଣ୍ଡିପଦା ସିଟ୍‌ ?

ସେହିପରି ଜାଫିର ହୁସେନ ୟକୁଟପୁରା ଆସନରୁ ନିର୍ବାଚନ ଲଢିବାକୁ ଥିବାବେଳେ ଚାରମିନାର ଆସନ ପାଇଁ AIMIMର ପ୍ରାର୍ଥୀ ରହିବେ ଜୁଲଫିକର। ସେହିପରି ବାହାଦୂରପୁରା, ରାଜେନ୍ଦ୍ରନଗର ଏବଂ ଜୁବଲି ହିଲ୍ସ ଭଳି ଅବଶିଷ୍ଟ ୩ଟି ଆସନର ପ୍ରାର୍ଥୀ ତାଲିକା ଖୁବଶୀଘ୍ର ଘୋଷଣା କରିବ ଦଳ । ଆଉ କିଛି ଦିନ ପରେ ତେଲେଙ୍ଗାନାରେ ହେବ ଭୋଟଗ୍ରହଣ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି କରୁଥିବାବେଳେ ସ୍ଥାନେ ସ୍ଥାନେ ଦେଖିବାକୁ ମିଳିଲାଣି ହିଂସା । ୪ ଦିନ ତଳେ ନିର୍ବାଚନୀ ପ୍ରଚାର ବେଳେ ବିଆରଏସ ସାଂସଦଙ୍କୁ ଛୁରାମାଡ଼ ଭଳି ଘଟଣା ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details