ହାଇଦ୍ରାବାଦ:ଇଟିଭି ଭାରତରେ ଖବର ପ୍ରସାରଣ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ସି ରାଓଙ୍କ ପତ୍ନୀ କେ ଶୋଭା କରିମନଗର ଜିଲ୍ଲାରେ ରହୁଥିବା ଅସହାୟ ପରିବାରକୁ ସହାୟତାର ହାତ ବଢାଇଛନ୍ତି । ସେ ଗରିବ ପରିବାରକୁ 1 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ଜଣାପଡିଛି ।
ରାଜ୍ୟର କରିମନଗର ଜିଲ୍ଲା ରାମଡୁଗୁ ମଣ୍ଡଲ ଅଞ୍ଚଳ ଥର୍ମାଲପୁରମ ଠାରେ ରହୁଥିବା ତିରୁପତିଙ୍କ ଗତ ଅକ୍ଟୋବର ମାସ 18 ତାରିଖରେ ମୃତ୍ୟୁ ଘଟିଥିଲା । ପରିବାରର ଏକମାତ୍ର ରୋଜଗାରକ୍ଷମ ମଣିଷକୁ ହରାଇବା ପରେ ପରିବାର ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ସେମାନଙ୍କ ନିକଟରେ ଘରଟିଏ ମଧ୍ୟ ନାହିଁ । ଭଡାରେ ଘର ନେବାକୁ ମଧ୍ୟ ସେମାନଙ୍କ ନିକଟରେ ଯଥେଷ୍ଟ ଅର୍ଥ ନାହିଁ । ଫଳରେ ବୃଦ୍ଧ ପିତାମାତା, ପିଲାମାନଙ୍କୁ ଧରି ମୃତକଙ୍କ ପତ୍ନୀ ଅଧା ପନ୍ତରିଆ ଅବସ୍ଥାରେ ପଡି ରହିଥିବା ଘରେ ରହୁଛନ୍ତି ।