ହାଇଦ୍ରାବାଦ:କେସିଆର ସରକାର ଅମଳରେ ଯୋଜନା କରାଯାଇଥିବା ହାଇଦ୍ରାବାଦ ବିମାନବନ୍ଦର ମେଟ୍ରୋ ରେଳ ପ୍ରକଳ୍ପରେ ବ୍ରେକ୍ ଲଗାଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି । ହାଇଦ୍ରାବାଦ ଏୟାରପୋର୍ଟ ମେଟ୍ରୋ ପ୍ରକଳ୍ପ ସ୍ଥଗିତ ରଖି ବିକଳ୍ପ ରୁଟ୍ ବାଛିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ହାଇଦ୍ରାବାଦ ଫାର୍ମା ସିଟି ପାଇଁ ଆବଣ୍ଟିତ ଜମିରେ ପରିବେଶ ଅନୁକୂଳ ମେଗା ଟାଉନସିପ୍ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଲଡ ସିଟିରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇନଥିବା ବେଳେ, LTMRHLକୁ କିପରି ସୁବିଧା ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଆଜି ହାଇଦ୍ରାବାଦ ମେଟ୍ରୋ ପ୍ରକଳ୍ପ, ଏହାର ସମ୍ପ୍ରସାରଣ ଯୋଜନା, ବିମାନବନ୍ଦର ମେଟ୍ରୋ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ବିଷୟରେ ବିସ୍ତୃତ ସମୀକ୍ଷା କରିଛନ୍ତି । ସେ କହିଛନ୍ତି, ‘ସହରର ଜନସଂଖ୍ୟାର ଏକ ପ୍ରମୁଖ ଅଂଶ କେନ୍ଦ୍ରୀୟ ଏବଂ ପୂର୍ବ ଭାଗରେ ତଥା ପୁରୁଣା ସହରରେ ରହୁଥିବାରୁ, ଓଲ୍ଟ ସିଟି ଦେଇ MGBS-Falaknuma ଏବଂ LB ନଗର ଅଞ୍ଚଳରୁ ବିମାନବନ୍ଦର ମେଟ୍ରୋ ଆଲାଇନମେଣ୍ଟ ନେବାକୁ ପ୍ରାଥମିକତା ଦିଆଯିବା ଉଚିତ । ଏହାଦ୍ବାରା ସାଧାରଣ ଲୋକଙ୍କୁ ଯାତାୟତରେ ସୁବିଧା ମିଳିବ ।’’ ତେଣୁ ଗତ ସରକାର ସମୟରେ ହୋଇଥିବା ମେଟ୍ରୋ ଯୋଜନାକୁ ବନ୍ଦ କରି, ବିକଳ୍ପ ରୁଟ୍ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ଯ ପଢ଼ନ୍ତୁ: ତେଲେଙ୍ଗାନା: ବରିଷ୍ଠ କଂଗ୍ରେସ ବିଧାୟକ ଗଦ୍ଦମ ପ୍ରସାଦ କୁମାର ହେଲେ ବାଚସ୍ପତି