ଓଡିଶା

odisha

ETV Bharat / bharat

କେସିଆର୍‌ଙ୍କୁ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି - ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଅସୁସ୍ଥ

Revanth Reddy Meet Former CM KCR: କେସିଆରଙ୍କୁ ହସ୍ପିଟାଲରେ ଭେଟିଲେ ରେବନ୍ତ ରେଡ୍ଡି । ସ୍ବାସ୍ଥ୍ୟ ସମ୍ବନ୍ଧରେ ମଧ୍ୟ ପଚାରି ବୁଝିଛନ୍ତି । ଅଧିକ ପଢନ୍ତୁ

କେସିଆରଙ୍କୁ ହସ୍ପିଟାଲରେ ଭେଟିଲେ ରେବନ୍ତ
revanth reddy meet former cm kcr

By ETV Bharat Odisha Team

Published : Dec 10, 2023, 3:03 PM IST

ହାଇଦ୍ରାବାଦ:ଧିରେ ଧିରେ ସୁସ୍ଥ ହେଉଛନ୍ତୁ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ଆଜି କେସିଆରଙ୍କୁ ହସ୍ପିଟାଲରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି । କେସିଆରଙ୍କୁ ଭେଟିବା ସହ ସ୍ବାସ୍ଥ୍ୟ ସମ୍ବନ୍ଧରେ ମଧ୍ୟ ପଚାରି ବୁଝିଛନ୍ତି ରେବନ୍ତ । ହିପ୍ ରିପ୍ଲେସେମେଣ୍ଟ୍‌ ସର୍ଜରୀ ପରେ ସୁସ୍ଥ ଅଛନ୍ତି ବିଆର୍‌ଏସ୍‌ ମୁଖ୍ୟ କେସିଆର । ଗତ 7 ତାରିଖଠାରୁ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ସେ । ଖୁବଶୀଘ୍ର ଡିସ୍‌ଚାର୍ଜ୍‌ ମଧ୍ୟ ହୋଇପାରିନ୍ତି ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ- ହିପ୍ ରିପ୍ଲେସମେଣ୍ଟ ପରେ କେସିଆରଙ୍କ ପ୍ରଥମ ଭିଡିଓ, ଦେଖନ୍ତୁ କେମିତି ଅଛି ସ୍ବାସ୍ଥ୍ୟାବସ୍ଥା

ଗତ ଶୁକ୍ରବାର ଦିନ କେସିଆରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ରେବନ୍ତ ରେଡ୍ଡି । କେସିଆରଙ୍କ ଚିକିତ୍ସା ଏବଂ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅପଡେଟ୍ ଦେବାକୁ ଆଇଏଏସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କେସିଆରଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସଚିବ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆଜି(ରବିବାର) ନିଜେ ହସ୍ପିଟାଲ ଯାଇ କେସିଆରଙ୍କୁ ଭଟିଛନ୍ତି ମୁଖ୍ୟମନ୍ତ୍ରୀ ରେବନ୍ତ ।

ଏହା ମଧ୍ୟ ପଢନ୍ତୁ-ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ହସ୍ପିଟାଲରେ ଭର୍ତ୍ତି

ଏହା ମଧ୍ୟ ପଢନ୍ତୁ-ବାଥରୁମରେ ପଡ଼ିଗଲେ କେସିଆର: ଆଜି ହିପ୍ ରିପ୍ଲେସମେଣ୍ଟ୍

ଶୁକ୍ରବାର ଦିନ କେସିଆରଙ୍କର ହିପ୍ ରିପ୍ଲେସମେଣ୍ଟ ସର୍ଜରୀ କରାଯାଇଥିଲା । ଏହାପରେ ଶନିବାର ହସ୍ପିଟାଲରୁ କେସିଆରଙ୍କ ପ୍ରଥମ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଡାକ୍ତରୀ ଟିମ୍ ତାଙ୍କୁ ଚଲାବୁଲା କରାଉଥିବାର ଦେଖିବାକୁ ମିଳିଥିଲା । ଡିସେମ୍ବର 7 ତାରିଖ (ଗୁରୁବାର) ବିଳମ୍ବିତ ରାତିରେ ନିଜ ଫାର୍ମହାଉସରେ ଗୋଡ ଖସିଯିବାରୁ ତଳେ ପଡି ଆହତ ହୋଇଥିଲେ କେସିଆର । ଏହାପରେ ତାଙ୍କୁ ହାଇଦ୍ରାବାଦର ସୋମାଜିଗୁଡା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ହିପ୍ ରିପ୍ଲେସମେଣ୍ଟ କରାଯାଇଛି ।

ହସ୍ପିଟାଲରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଏବେ ତାଙ୍କୁ ଚିକିତ୍ସା କରୁଛନ୍ତି । ସର୍ଜରୀ ପରେ ଅପରେସନ୍‌ ଥିଏଟରରୁ ତାଙ୍କୁ ଜେନେରାଲ ରୁମ୍‌କୁ ଅଣାଯାଇଥିଲା । କେସିଆରଙ୍କ ଅସୁସ୍ଥ ଖବର ଶୁଣିବା ପରେ ସୋସିଆଲ ମିଡିଆରେ ତାଙ୍କ ଶୁଭେଚ୍ଛୁମାନେ ସୁସ୍ଥ ହେବା ନେଇ କାମନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଖୁବଶୀଘ୍ର ସୁଧାର ନେଇ କାମନା କରିଥିଲେ ।

ABOUT THE AUTHOR

...view details