ଓଡିଶା

odisha

By

Published : Nov 19, 2020, 10:00 AM IST

ETV Bharat / bharat

ଏନଡିଏ ବିରୋଧରେ ମେଳି, ବୈଠକ ଡାକିଲେ ତେଲେଙ୍ଗାନା ସିଏମ୍‌

ଏନଡିଏ ସରକାର ବିରୋଧରେ ମେଳି ହେବେ ସମସ୍ତ ବିରୋଧୀ ଦଳ । ଏନେଇ ବୈଠକ ଡାକିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଅଧିକ ପଢନ୍ତୁ...

ତେଲେଙ୍ଗାନା ସିଏମ୍‌
ତେଲେଙ୍ଗାନା ସିଏମ୍‌

ହାଇଦ୍ରାବାଦ: ଏନଡିଏ ବିରୋଧରେ ମେଳି । ଏନଡିଏ ସହିତ ନଥିବା ସମସ୍ତ ଦଳର ବୈଠକ ଡାକିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓରଫ୍‌ କେସିଆର । ଡିସେମ୍ବର ଦ୍ବିତୀୟ ସପ୍ତାହରେ ଏହି ବୈଠକ ହେବାକୁ ଥିବା ବୁଧବାର ସିଏମ ସୂଚନା ଦେଇଛନ୍ତି ।

ବୈଠକରେ ବିଜେପି ବିରୋଧରେ ଏକାଠୀ ହେବାକୁ ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାପଡିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ଜନତା ଦଳ ସେକୁଲାର ନେତା ଏଚଡି କୁମାରସ୍ବାମୀ, ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ, ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କୁ ବୈଠକ ପାଇଁ ନିମନ୍ତ୍ରଣ କରାଯାଇଥିବା ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ) ମୁଖ୍ୟ କହିଛନ୍ତି ।

ଗ୍ରେଟର ହାଇଦ୍ରାବାଦରେ ହେବାକୁ ଥିବା ପୌରନିର୍ବାଚନ ପାଇଁ ଏକ ସଭାରେ ଟିଆରଏସ ନେତା ଏପରି ସୂଚନା ଦେଇଛନ୍ତି । କେନ୍ଦ୍ରର ବିଜେପି ସରକାରକୁ ଘେରିବା ଲାଗି ଟିଆରଏସ ମୁଖ୍ୟ ଏଭଳି ବୈଠକ ଡାକିଛନ୍ତି ।

କେସିଆର କହିଛନ୍ତି, ‘ବିଜେପି ସରକାର ଲୋକ ବିରୋଧୀ, କୃଷକ ବିରୋଧୀ ଓ ଶ୍ରମିକ ବିରୋଧୀ’ । ଯାହାକୁ ନେଇ ସରକାର ବିରୋଧରେ ଆନ୍ଦୋଳନର ଆବଶ୍ୟକତା ରହିଛି । ଟିଆରଏସ ହିଁ ଏହାର ନେତୃତ୍ବ ନେବ ।

ଏହାସହ ସେ ଏନେଇ ମମତା ବାନାର୍ଜୀ, କେରଳ ମୁଖ୍ୟମନ୍ତ୍ରୀ ପିନାରାଏ ବିଜୟାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏମକେ ଷ୍ଟାଲିନ, ଅଖିଳେଶ ଯାଦବ, ମାୟାବତୀ, ଏନସିପି ସଭାପତି ଶରଦ ପାୱାର, ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ଓ ବାମଦଳ ସହିତ କଥା ହୋଇଥିବା କହିଛନ୍ତି ।

ସେହିପରି ସମସ୍ତେ ମିଳିମିଶି ବିଜେପି ସରକାରର ଜନବିରୋଧୀ ଆଇନକୁ ବିରୋଧ କରିବାକୁ ସେ କହିଛନ୍ତି । ଏହାସହ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି କେସିଆର । ସାଢେ 6 ବର୍ଷ ଧରି ଶାସନ କରୁଥିବା ବିଜେପି ସରକାର ଦେଶ ପାଇଁ କିଛି କରିନି ବୋଲି ସେ ଅଭିଯୋଗ କରିଛନ୍ତି ।

IANS

ABOUT THE AUTHOR

...view details