ବେଙ୍ଗାଲୁରୁ: ଗୋଟିଏ ପଟେ ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗାନା ଗସ୍ତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ କେ.ସି.ଆର କିନ୍ତୁ ବେଙ୍ଗାଲୁର ଗସ୍ତ କରିଛନ୍ତି । ଆଜି (ଗୁରୁବାର) ମୁଖ୍ୟମନ୍ତ୍ରୀ କେ.ସି.ଆର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡାଙ୍କୁ ସାକ୍ଷାତ କରିଛନ୍ତି । ଦେବେଗୌଡାଙ୍କ ବାସଭବନରେ ଏହି ସାକ୍ଷାକତକାର ହୋଇଥିବା ବେଳେ ଦେବେଗୌଡାଙ୍କ ପୁଅ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରାସ୍ବାମୀ ମଧ୍ୟ ଉପସ୍ଥିତ ଥିଲେ ।
ଆଜି କେ.ସି.ଆର ବେଙ୍ଗାଲୁରୁରେ ପହଞ୍ଚିବା ପରେ କୁମାରାସ୍ବାମୀ ତାଙ୍କୁ ସ୍ବାଗତ କରିଥିଲେ । ପରେ ବାସଭବନର ଆଲୋଚନା ହୋଇଥିଲା । 2019 ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ଆଞ୍ଚଳିକ ରାଜନୈତିକ ଦଳମାନଙ୍କୁ ସଂଗଠିତ କରି ମେଣ୍ଟ ଗଠନ କରିବା ଲକ୍ଷ୍ୟରେ ମାରାଥନ ଯାତ୍ରା ଜାରି ରଖିଛନ୍ତି କେସିଆର । ତେବେ କେସିଆର କର୍ଣ୍ଣାଟକ ଗସ୍ତ କରି ଦେବେଗୌଡା ଓ କୁମାରାସ୍ବାମୀଙ୍କୁ ଭେଟିବା ମଧ୍ୟ ଏହି ମିଶନର ଏକ ଅଂଶ ବିଶେଷ ବୋଲି ଚର୍ଚ୍ଚା ହେଉଛି ।