ଓଡିଶା

odisha

By

Published : Jun 19, 2021, 9:27 AM IST

ETV Bharat / bharat

ଲକଡାଉନ ଅବଧି ନେଇ KCR କରିପାରନ୍ତି ଗୁରୁତ୍ବପୂର୍ଣ୍ଣ ଘୋଷଣା

ଆଜି ବସିବ ତେଲେଙ୍ଗାନାର କ୍ୟାବିନେଟ ବୈଠକ । ଲକଡାଉନ ଅବଧି ନେଇ ସରକାର କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି । ଅଧିକ ପଢନ୍ତୁ...

Telangana Cabinet to meet today, to take call on COVID lockdown
ଲକଡାଉନ ଅବଧି ନେଇ କେସିଆର କରିପାରନ୍ତି ଗୁରୁତ୍ବପୂର୍ଣ୍ଣ ଘୋଷଣା

ହାଇଦ୍ରାବାଦ:ଆଜି ବସିବ ତେଲେଙ୍ଗାନାର କ୍ୟାବିନେଟ ବୈଠକ । ଅପରାହ୍ନ 2ଟାରେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ରାଜ୍ୟରେ ତାଲାବନ୍ଦ, ମୌସୁମୀର ଆଗମନ ପରେ ଚାଷ କାର୍ଯ୍ୟ, ଋତୁକାଳୀନ କୃଷି ସମ୍ବନ୍ଧୀୟ ସମସ୍ୟା, ଗୋଦାବରୀ ଜଳ ଉତ୍ତୋଳନ, ହାଇଡେଲ ବିଦ୍ୟୁତ୍ ଉତ୍ପାଦନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଆଶା କରାଯାଉଛି।

ରାଜ୍ୟରେ ଶନିବାର ତାଲାବନ୍ଦର ଅବଧି ଶେଷ ହେବାକୁ ଯାଉଛି । ଆଜି ଲକଡାଉନ ଅବଧି ନେଇ ସରକାର କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି । ବର୍ତ୍ତମାନ ଲକଡାଉନ୍ ଜାରି ରହିଥିବାରୁ ସକାଳ 6 ରୁ ସଂନ୍ଧ୍ୟା 5 ଟା ଯାଏଁ ଦୋକାନ ବଜାର ଖୋଲା ରହୁଛି । ଏବଂ ଲୋକମାନେ ନିଜ କାର୍ଯ୍ୟାଳୟରୁ ଘରେ ପହଞ୍ଚିବା ପାଇଁ ଅତିରିକ୍ତ ଏକ ଘଣ୍ଟା ଅର୍ଥାତ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ମଧ୍ୟ ଅନୁମତି ଦେଇଛନ୍ତି ସରକାର। ରାଜ୍ୟରେ ଜରୁରୀକାଳୀନ ସେବା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details