ହାଇଦ୍ରାବାଦ:ଆଜି (ମଙ୍ଗଳବାର) ବସିବତେଲେଙ୍ଗାନାର କ୍ୟାବିନେଟ ବୈଠକ । ଲକଡାଉନ ସ୍ଥିତି ନେଇ ହେବ ଆଲୋଚନା । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ରାଜ୍ୟରେ ଲକଡାଉନ ଉଠାଇ କଟକଣା କୋହଳ କରାଯିବା ସମ୍ଭାବନ ରହିଛି ।
ତେଲେଙ୍ଗାନାରେ କୋରୋନା ସଂକ୍ରମଣ ରୋକିବା ନେଇ ଆଜି ବସିବ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ । ଅପରାହ୍ନ 2 ଟାରେ ବସିବ ବୈଠକ ଏହି ବୈଠକରେ ନିଆଯିବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟରେ ଥିବା ସଂକ୍ରମଣ ଓ ଲକଡାଉନ ସ୍ଥିତିକୁ ନେଇ ଆଲୋଚନା କରାଯିବ। ଏହା ସହ ରାଜ୍ୟରେ ଅର୍ଥନୈତିକ ସ୍ଥିତି ଉପରେ ମଧ୍ୟ ଆଲୋଚନା କରାଯିବ । ରାଜ୍ୟରେ କୋରନା ସଂକ୍ରମଣ ବୃଦ୍ଧି ଯୋଗୁଁ ଜୁନ 9 ପର୍ଯ୍ୟନ୍ତ ଲକଡାଉନ ଜାରି କରାଯାଇଛି । ତେବେ ରାଜ୍ୟର ସଂକ୍ରମଣ ସ୍ତର ହ୍ରାସ ପାଇଥିବା ଯୋଗୁଁ କିଛି ମାତ୍ରାରେ କୋରୋନା କଟକଣା କୋହଳ କରାଯିବା ସମ୍ଭାବନା ରହିଛି ।