ହାଇଦ୍ରାବାଦ: କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଲକଡାଉନକୁ ନେଇ ଆଜି ଅପରାହ୍ନରେ କ୍ୟାବିନେଟ ବୈଠକ ଡକାଇଛନ୍ତି । ସିଏମଓ ତରଫରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କୋରୋନାକୁ ରୋକିବା ପାଇଁ ରାଜ୍ୟରେ ଲକଡାଉନ ଲାଗୁ ନେଇ ବୈଠକରେ ଆଲୋଚନା କରାଯିବ ।
ତେଲେଙ୍ଗାନାରେ ଲାଗୁ ହୋଇପାରେ ଲକଡାଉନ, ଆଜି ମୁଖ୍ୟମନ୍ତ୍ରୀଙ୍କ ବୈଠକ - Telangana Cabinet meeting
ତେଲେଙ୍ଗାନାରେ ଲାଗୁ ହୋଇପାରେ ଲକଡାଉନ । ଏନେଇ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କରିବେ ଆଲୋଚନା । ଅଧିକ ପଢନ୍ତୁ...
ଲକଡାଉନ ନେଇ ଆଜି ବୈଠକ କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ
କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଏବେ ଲକଡାଉନ ଲାଗୁ କରାଯାଇଥିବା ବେଳେ ତେଲେଙ୍ଗାନାରେ ଲକଡାଉନ ନେଇ ଆଜି ନିଷ୍ପତି ହେବ । କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ତାଲା ପକାଇବା ନେଇ ନିଷ୍ପତି ନିଆଯିବ । ତେବେ ରାଜ୍ୟରେ ଚାଲିଥିବା ଧାନକ୍ରୟ ପ୍ରକ୍ରିୟାରେ ତାଲା ବନ୍ଦର ପ୍ରଭାବ ଉପରେ କ୍ୟାବିନେଟରେ ଆଲୋଚନା କରାଯିବ ।
‘@ ANI