ଓଡିଶା

odisha

ETV Bharat / bharat

ଜେଲରୁ ମୁକୁଳିଲେ BJP MP ବନ୍ଦୀ ସଞ୍ଜୟ କୁମାର - ଜେଲରୁ ମୁୁକୁଳିରେ ବନ୍ଦୀ ସଞ୍ଜୟ କୁମାର

ତେଲେଙ୍ଗାନା ଭାରତୀୟ ଜନତା ପାର୍ଟି ସଭାପତି ବନ୍ଦୀ ସଞ୍ଜୟ କୁମାର କରିମନଗର ଜେଲରୁ ମୁକୁଳିଛନ୍ତି (Bandi Sanjay released from Karimnagar jail) ହାଇକୋର୍ଟରୁ ବେଲ ମିଳିବା ପରେ ବୁଧବାର ସଞ୍ଜୟ ଜେଲରୁ ବାହାରିଛନ୍ତି । ଅଧିକ ପଢନ୍ତୁ

ଜେଲରୁ ମୁକୁଳିଲେ BJP MP ବନ୍ଦୀ ସଞ୍ଜୟ କୁମାର
ଜେଲରୁ ମୁକୁଳିଲେ BJP MP ବନ୍ଦୀ ସଞ୍ଜୟ କୁମାର

By

Published : Jan 6, 2022, 10:28 AM IST

ହାଇଦ୍ରାବାଦ:ତେଲେଙ୍ଗାନା ଭାରତୀୟ ଜନତା ପାର୍ଟି ସଭାପତି ବନ୍ଦୀ ସଞ୍ଜୟ କୁମାର କରିମନଗର ଜେଲରୁ ମୁକୁଳିଛନ୍ତି (Bandi Sanjay released from Karimnagar jail) ହାଇକୋର୍ଟରୁ ବେଲ ମିଳିବା ପରେ ବୁଧବାର ସଞ୍ଜୟ ଜେଲରୁ ବାହାରିଛନ୍ତି । ଜାନୁଆରୀ ୨ରେ କୋଭିଡ ନିୟମ ଭାଙ୍ଗି ବିକ୍ଷୋଭ କରିଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା ।

ଗିରଫ ପରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତରେ ନିଆଯାଇ କରିମନଗର କୋର୍ଟକୁ ପଠାଯାଇଥିଲା । ସଞ୍ଜୟଙ୍କ ଗିରଫକୁ ବିଜେପି ପକ୍ଷରୁ ନିନ୍ଦା କରଯାଇଥିଲା । ତେଲେଙ୍ଗାନା ଶାସନ ଉପରେ ପ୍ରଶ୍ନ ଉଠିଥିଲା । ସୂଚନାଅନୁସାରେ କର୍ମଚାରୀ ଏବଂ ଶିକ୍ଷକ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଜାରି ହୋଇଥିବା GO -317 ବିରୋଧରେ କରିମନଗରରେ ସାଂସଦ ସଞ୍ଜୟ କୁମାରଙ୍କ ନେତୃତ୍ବରେ 'ଜାଗରଣ ଦିକ୍ଷା' ନାମକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଯାହାକୁ ତେଲେଙ୍ଗାନା ପୋଲିସ ବନ୍ଦ କରିଥିଲା। ବନ୍ଦୀ ସଞ୍ଜୟଙ୍କ ସହ ତାଙ୍କ ସମର୍ଥନରେ ସେଠାକୁ ଆସିଥିବା ନେତା ତଥା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଗିରଫ କରିଥିଲା ।

ଆହୁରି ପଢନ୍ତୁ...କୋଭିଡ ନିୟମ ଭାଙ୍ଗି ବିରୋଧ ପ୍ରଦର୍ଶନ କରୁଥିଲେ ସାଂସଦ, ବାନ୍ଧିଲା ପୋଲିସ


ସଞ୍ଜୟଙ୍କ ଗିରଫକୁ ନେଇ ହାଇଦ୍ରାବାଦରେ ପହଞ୍ଚିଥିଲେ ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କ ଗିରଫଦାରୀ ପ୍ରସଙ୍ଗରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କିରଥିଲେ ନଡ୍ଡା । ବିଜେପି ମୁଖ୍ୟ ନଡ୍ଡା ଏପରି ଗିରଫଦାରୀକୁ ବିରୋଧ କରିବା ସହ ତେଲେଙ୍ଗାନାରେ ଅଗଣତାନ୍ତ୍ରିକ ଶାସନ ଚାଲିଥିବା କହିଥିଲେ ।

ଆହୁରି ପଢନ୍ତୁ...ତେଲେଙ୍ଗାନାରେ ଚାଲିଛି ଅଗଣତାନ୍ତ୍ରିକ ଶାସନ: ଜେପି ନଡ୍ଡା

@ANI

ABOUT THE AUTHOR

...view details