ହାଇଦ୍ରାବାଦ:ଆସନ୍ତା ମାସରେ 5 ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ପାର୍ଥୀ ତାଲିକା ଘୋଷଣା କରୁଛନ୍ତି ପ୍ରମୁଖ ରାଜନୈତିକ ପ୍ରତିଦ୍ବନ୍ଦି ଦଳ । ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିବ ବିଜେପି । ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ 55 ଆସନରେ ଆଜି ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଥିବା ବିଶେଷ ସୂତ୍ରରୁ ପ୍ରକାଶ କରିଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ, ଜି କିଶାନ ରେଡ୍ଡୀଙ୍କ ସମେତ ତମାମ ବରିଷ୍ଠ ନେତା ତଥା କେନ୍ଦ୍ରୀୟ ନିର୍ବାଚନ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।
ହୁଜୁରାବାଦରୁ ପୂର୍ବତନ ମନ୍ତ୍ରୀ ଏଟଲା ରାଜେନ୍ଦ୍ରଙ୍କୁ ପୁଣି ଦଳ ପ୍ରାର୍ଥୀ କରିବା ନେଇ ସୂଚନା ରହିଥିବା ବେଳେ । ବର୍ତ୍ତମାନ ଏହି ଆସନରେ ବିଧାୟକ ରହିଛନ୍ତି ରାଜେନ୍ଦ୍ର । ସେହିପରି ଗଜଓ୍ବାଲରୁ ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିରୋଧରେ ଏଟଲା ରାଜେନ୍ଦ୍ର ପ୍ରାର୍ଥୀ ମଧ୍ୟ ହୋଇ ପାରନ୍ତି । ତେଲେଙ୍ଗାନାରେ ବିଜେପିର 4 ସାଂସଦ ଥିବା ବେଳେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ଦଳ ନିଷ୍ପତ୍ତି ନେଇଛି । କରିମନଗର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବାଣ୍ଡି ସଞ୍ଜୟ କରିମନଗର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ବେଳେ ଆଦିଲାବାଦ ସାଂସଦ ସୋୟମ ବାପୁରାଓ ମଧ୍ୟ ସେହି ଆସନରୁ ଲଢ଼ିବେ । ସେହିପରି ନିଜାମବାଦ ସାଂସଦ ଧର୍ମପୁରୀ ଅରବିନ୍ଦ କରିମନଗର ଜିଲ୍ଲା କୋର୍ଟରୁ ପାର୍ଥୀ ହୋଇଛନ୍ତି ।