ଓଡିଶା

odisha

ETV Bharat / bharat

DMK ସାଂସଦଙ୍କ ବିବାଦୀୟ ମନ୍ତବ୍ୟ: ନିନ୍ଦା କଲେ ତେଜସ୍ବୀ, କଂଗ୍ରେସକୁ ଜବାବ ମାଗିଲା ବିଜେପି - ବିହାର ରାଜନୀତି

Tejashwi Yadav reacts to DMK MP remark: DMK ସାଂସଦ ଦୟାନିଧି ମାରନଙ୍କ ବିବାଦୀୟ ମନ୍ତବ୍ୟକୁ ନିନ୍ଦା କଲେ ତେଜସ୍ବୀ ଯାଦବ । ଭିଡିଓ ସେୟାର କରି କଂଗ୍ରେସ ଓ ନୀତିଶଙ୍କଠାରୁ ଜବାବ ମାଗିଲା ବିଜେପି । ଅଧିକ ପଢ଼ନ୍ତୁ

DMK ସାଂସଦଙ୍କ ଶୌଚାଳୟ ସଫେଇ ମନ୍ତବ୍ୟ: ନିନ୍ଦା କଲେ ତେଜସ୍ବୀ, କଂଗ୍ରେସକୁ ଜବାବ ମାଗିଲା ବିଜେପି
DMK ସାଂସଦଙ୍କ ଶୌଚାଳୟ ସଫେଇ ମନ୍ତବ୍ୟ: ନିନ୍ଦା କଲେ ତେଜସ୍ବୀ, କଂଗ୍ରେସକୁ ଜବାବ ମାଗିଲା ବିଜେପି

By ETV Bharat Odisha Team

Published : Dec 24, 2023, 6:30 PM IST

ପାଟନା:ବିବାଦ ମଧ୍ୟକୁ କ୍ରମାଗତ ଆସିବାରେ ଲାଗିଛନ୍ତି ଜଣେ ପରେ ଜଣେ ତାମିଲ ରାଜନେତା । ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ମାମଲାରେ ବିବାଦ ଥମିନଥିବା ବେଳେ ଏବେ ଶାସକ ଡିଏମକେର ଆଉ ଜଣେ ବରିଷ୍ଠ ନେତା ତଥା ସାଂସଦ ଦୟାନିଧି ମାରନଙ୍କ ମନ୍ତବ୍ୟକୁ ନେଇ ବିବାଦ ଦେଖାଯାଇଛି । ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଦୟାନିଧି ବିହାର ଓ ଉତ୍ତର ଭାରତୀୟଙ୍କ ପ୍ରତି ଆପତ୍ତିଜନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ବିହାରର ଶ୍ରମିକମାନେ ତାମିଲନାଡୁରେ ରାସ୍ତା ଓ ଶୌଚାଳୟ ସଫେଇ କରନ୍ତି ବୋଲି ସେ କହିଥିବା ଅଭିଯୋଗ ହୋଇଛି । ହେଲେ ଭାଇରାଲ ହେଉଥିବା ସାଂସଦ ଦାୟିନିଧିଙ୍କ ଏହି ଭିଡିଓକୁ ଏକ ପୁରୁଣା ଭିଡିଓ ବୋଲି ଦଳ ଡିଏମକେ କହିଛି । ଏହାକୁ ଏବେ ଭାରତୀୟ ଜନତା ପାର୍ଟି ଦ୍ବାରା ଭାଇରାଲ କରାଯାଉଥିବା ଅଭିଯୋଗ କରିଛି ଡିଏମକେ ।

ଏପରି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ । କରୁଣାନିଧିଙ୍କ ଦ୍ବାରା ପ୍ରତିଷ୍ଠିତ ଡିଏମ୍‌କେ ଦଳ ସାମାଜିକ ସମାନତାର ବିଚାରଧାରାରେ ବିଶ୍ବାସ କରୁଥିବା ବେଳେ ଦଳର ଜଣେ ବରିଷ୍ଠ ନେତାଙ୍କ ଏପରି ମନ୍ତବ୍ୟ ଅତି ନିନ୍ଦନୀୟ । ଆମ ରାଜ୍ୟରୁ ଯାଉଥିବା ଲୋକମାନେ ସେଠାରେ କାର୍ଯ୍ୟ ନକଲେ ସେହି ରାଜ୍ୟମାନେ ସମସ୍ୟାର ସମ୍ମୁଖୀନ ହେବେ । ଆମର ଦେଶ ଗୋଟିଏ । ସବୁ ରାଜ୍ୟର ଲୋକେ ସବୁ ରାଜ୍ୟକୁ ଯାଇପାରିବେ, ଏକଥା ସାଂସଦ ଦୟାନିଧି ମନେ ରଖିବା ଉଚିତ । ଆମେ ସମସ୍ତ ରାଜ୍ୟର ଅଧିବାସୀଙ୍କୁ ସମ୍ମାନ ଦେବା ଉଚିତ ବୋଲି ତେଜସ୍ବୀ କହିଛନ୍ତି ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସାଂସଦ ଦୟାନିଧି ତାମିଲ ଭାଷାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଛନ୍ତି । ସେ ନିଯୁକ୍ତି ପ୍ରସଙ୍ଗରେ ଉତ୍ତର ଓ ଦକ୍ଷିଣ ଭାରତକୁ ତୂଳନା କରିବାକୁ ପ୍ରୟାସ କରିବାକୁ ଯାଇ ଏପରି ମନ୍ତବ୍ୟ ଦେଇଛନ୍ତି । ତାମିଲନାଡୁର ଯୁବପିଢି ଇଂରାଜୀ ପଢୁଥିବାରୁ ସେମାନେ ଆଇଟି କମ୍ପାନୀ ଓ ଅନ୍ୟ ପ୍ରତିଷ୍ଠିତ ସଂସ୍ଥାରେ ଭଲ ବେତନରେ କାମ କରିବାର ଅବସର ପାଉଛନ୍ତି । ହେଲେ ହିନ୍ଦୀ ପଢ଼ୁଥିବା ବିହାରର ଯୁବକ ବିଲ୍ଡିଂ ନିର୍ମାଣ କାମରେ ନିୟୋଜିତ ହେଉଛନ୍ତି । ବିହାରୀ ଶ୍ରମିକମାନେ ତାମିଲନାଡୁରେ ରାସ୍ତା ଓ ଶୌଚାଳୟ ସଫେଇ କାମରେ ନିୟୋଜିତ ହୋଉଛନ୍ତି ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- 4 ଶହୀଦଙ୍କୁ ଶେଷ ସମ୍ମାନ ଦେଲା ସେନା, ଦେଖନ୍ତୁ ଭିଡିଓ

ତେବେ ସାଧାରଣ ନିର୍ବାଚନ ଆଉ ମାତ୍ର କିଛି ମାସ ଥିବା ବେଳେ ଏହି ପ୍ରସଙ୍ଗରେ ସିଧା କଂଗ୍ରେସ ଓ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟକୁ ସମାଲୋଚନା କରିଛି ବିଜେପି । କାରଣ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଷ୍ଟାଲିନଙ୍କ ନେତୃତ୍ବାଧୀନ ଡିଏମକେ ଏକ ପ୍ରମୁଖ ସହଯୋଗୀ ଦଳ । ତେଣୁ ଏହି ଉତ୍ତର ପ୍ରଦେଶ ଓ ବିହାରବାସୀଙ୍କ ବିରୋଧରେ ଏହି ବିବାଦୀୟ ମନ୍ତବ୍ୟର ସ୍ପଷ୍ଟୀକରଣ କଂଗ୍ରେସ ଓ ନୀତିଶ କୁମାର ରଖନ୍ତୁ ବୋଲି ଦାବି କରିଛନ୍ତି ବିଜେପି ମିଡିଆ ସେଲ ମୁଖ୍ୟ ଅମିତ ମାଲବ୍ୟ । ଏହାସହ ଅମିତ ମାଲବ୍ୟ, ସାଂସଦ ଦୟାନିଧିଙ୍କର ସେହି ମନ୍ତବ୍ୟ ସମ୍ପର୍କିତ ଏକ ଭିଡିଓ କ୍ଲିପ୍‌ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି । ହେଲେ ଏ ସମ୍ପର୍କରେ ସଂସାଦ ଦୟାନିଧିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସନି । ଏହି ଭାଇରାଲ ଭିଡିଓର ସତ୍ୟତା ମଧ୍ୟ ‘ଇଟିଭି ଭାରତ’ ସ୍ପଷ୍ଟ କରୁନାହିଁ । କେବଳ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆଧାରରେ ଏହି ଖବର ପ୍ରସାରିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details