ଓଡିଶା

odisha

ETV Bharat / bharat

ନିର୍ବାଚନ ଟିକେଟ ପାଇଁ ୫ କୋଟି ନେବା ମାମଲା, ସଫେଇ ଦେଲେ ତେଜସ୍ବୀ ଯାଦବ - ଟିକେଟ୍ ପାଇଁ ୫ କୋଟି ଠକେଇ

ଲୋକସଭା ନିର୍ବାଚନ ସମୟରେ ଟିକେଟ୍ ଦେବାକୁ କହି କଂଗ୍ରେସ ନେତାଙ୍କ ଠାରୁ ତେଜସ୍ବୀ ଯାଦବଙ୍କ ୫ କୋଟି ଟଙ୍କା ଠକେଇ ଅଭିଯୋଗ । ଘଟଣାରେ ସଫେଇ ଦେଲେ ତେଜସ୍ବୀ । ଅଧିକ ପଢନ୍ତୁ...

ଟିକେଟ୍ ପାଇଁ ୫ କୋଟି ମାମଲା, ସଫେଇ ଦେଲେ ତେଜସ୍ବୀ ଯାଦବ
ଟିକେଟ୍ ପାଇଁ ୫ କୋଟି ମାମଲା, ସଫେଇ ଦେଲେ ତେଜସ୍ବୀ ଯାଦବ

By

Published : Sep 21, 2021, 10:39 AM IST

ପାଟନା: ରାଷ୍ଟ୍ରୀୟ ଜନତା ଦଳ(RJD) ନେତା ତେଜସ୍ବୀ ଯାଦବ ୨୦୧୯ ଲୋକସଭା ନିର୍ବାଚନ ସମୟରେ ଟିକେଟ୍ ଦେବାର ପ୍ରତିଶ୍ରୁତି ଦେଇ କଂଗ୍ରେସ ନେତା ସଞ୍ଜୀବ କୁମାର ସିଂହଙ୍କ ଠାରୁ ୫ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ସଞ୍ଜୀବ କୁମାର । ସେପଟେ ଏହି ମାମଲାରେ ସଫେଇ ଦେବା ସହ ସମ୍ପୃକ୍ତ କଂଗ୍ରେସ ନେତାଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ତେଜସ୍ବୀ ଯାଦବ ।

ତେଜସ୍ବୀ ଯାଦବ କହିଛନ୍ତି, 'ଟିକେଟ୍ ବଦଳରେ ତାଙ୍କୁ ଟଙ୍କା ଦେବା ଲାଗି ସଞ୍ଜୀବ କେଉଁଠୁ ପାଞ୍ଚ କୋଟି ଟଙ୍କା ଆଣିଲେ । କିଏ ମୋ ବିରୁଦ୍ଧରେ ମକଦ୍ଦମା କଲେ ମୋର କିଛି ଫରକ୍ ପଡେନାହିଁ । ହେଲେ ଏଠାରେ ପ୍ରଶ୍ନ ଉଠୁଛି କଂଗ୍ରେସ ନେତା ଜଣକ କୋଟି କୋଟି ଟଙ୍କା କେଉଁଠୁ ଆଣିଲେ । ଏଣୁ ପୁରା ମାମଲାର ନିରପେକ୍ଷ ତଦନ୍ତ କରାଯାଉ' ବୋଲି RJD ନେତା ଜୋର୍ ଦେଇଛନ୍ତି । ଏଥିସହ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିବା ବ୍ୟକ୍ତି ଯଦି ଭୁଲ୍ ସାବ୍ୟସ୍ତ ହୁଏ ତେବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ବୋଲି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ସଞ୍ଜୀବ କୁମାର ସିଂହ ଅଭିଯୋଗ କରିଥିଲେ କି, ୨୦୧୯ ଲୋକସଭା ନିର୍ବାଚନ ସମୟରେ ଭାଗଲପୁର ଲୋକସଭା ଟିକେଟ ଦେବା ପାଇଁ ଆରଜେଡି ନେତା ତେଜସ୍ବୀ ଯାଦବ ସମେତ ମୀସା ଭାରତୀ, ରାଜ୍ୟ କଂଗ୍ରେସ ସଭାପତି ମଦନ ମୋହନ ଝା ଏବଂ ରାଜ୍ୟ କଂଗ୍ରେସ ପ୍ରବକ୍ତା ରାଜେଶ ରାଠୋର ତାଙ୍କ ଠାରୁ ୫ କୋଟି ନେଇଥିଲେ । ହେଲେ ଟିକେଟ୍ ଦେଇ ନଥିଲେ । ଏନେଇ ସଞ୍ଜୀବ କୁମାର ପାଟନାସ୍ଥିତ ସିଜିଏମ କୋର୍ଟରେ ମାମଲା ଦାୟର କରିଥିଲେ । ଯାହାପରେ କୋର୍ଟ ସେପ୍ଟେମ୍ବର ୧୬ ତାରିଖରେ ତେଜସ୍ବୀଙ୍କ ସମେତ ଅନ୍ୟ ସମ୍ପୃକ୍ତ ନେତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details