ମୁମ୍ବାଇ: ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଆଇଆରସିଟିସି । କୋରୋନା କାରଣରୁ ଉପଯୁକ୍ତ ସଂଖ୍ୟାରେ ଯାତ୍ରୀ ହେଉନଥିବାରୁ ଟ୍ରେନ ଚଳାଚଳକୁ ବନ୍ଦ କରିବାକୁ ଆଇଆରସିଟିସି ନିର୍ଦ୍ଦେଶ ଦେଇଛି ।
ଯାତ୍ରୀ ଅଭାବରୁ 'ତେଜସ'ର ଚଳାଚଳ ଉପରେ ଲାଗିଲା ରୋକ୍ - ତେଜସ ଏକ୍ସପ୍ରେସ ଚଳାଚଳ ଖବର
ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ ଚଳାଚଳକୁ ବନ୍ଦ କରାଯାଇଛି । ଯାତ୍ରୀସଂଖ୍ୟା ହ୍ରାସ ପାଉଥିବାରୁ ଟ୍ରେନ ଚଳାଚଳ ଉପରେ ରୋକ୍ ଲଗାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...
ଆଇଆରସିଟିସି ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀ-ଲକ୍ଷ୍ନୌ ଏବଂ ମୁମ୍ବାଇ-ଅହମ୍ମଦାବାଦ ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଛି । ଘଣ୍ଟା ଘଣ୍ଟା ଧରି ଧାରଣାରେ ରେଳ ଅପେକ୍ଷା କଲେ ମଧ୍ୟ ଯାତ୍ରୀ ଆସୁନଥିବାରୁ ଟ୍ରେନ ଚଳାଚଳ ଉପରେ ରୋକ୍ ଲଗାଯାଇଛି ବୋଲି ଆଇଆରସିଟିସି ମୁଖପାତ୍ର ସିଦ୍ଧାର୍ଥ ସିଂହ କହିଛନ୍ତି । ଏଥିସହ ଅଧିକ ମୂଲ୍ୟ ଏବଂ ସ୍ବଳ୍ପ ଆୟ ସହିତ ଏକ ସ୍ବତନ୍ତ୍ର ଟ୍ରେନକୁ ଚଳାଇବା ପାଇଁ ଦିନକୁ 15 ଲକ୍ଷରୁ 16 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ତେବେ ବର୍ତ୍ତମାନ ସମୟରେ ଆୟ ହ୍ରାସ ପାଇଛି । ଏମିତିକି ଦିନକୁ 5 ହଜାରରୁ 10 ହଜାର ଟଙ୍କା ଆୟ ହେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ କୋରୋନା କାରଣରୁ ଟ୍ରେନ ମାର୍ଚ୍ଚ 17ରୁ ଚଳାଚଳ ବନ୍ଦକରି ଥିବାବେଳେ ଅକ୍ଟୋବର 17ରୁ ପୁନଃ ଚଳାଚଳ ଆରମ୍ଭ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ