ଓଡିଶା

odisha

ETV Bharat / bharat

ସାମାଜିକ କର୍ମୀ ତିସ୍ତା ସେତଲବାଦଙ୍କୁ ମୁମ୍ବାଇରୁ ଗିରଫ କଲା ଗୁଜୁରାଟ ATS - ମୁମ୍ବାଇରେ ଗୁଜୁରାଟ ଏଟିଏସ

ସାମାଜିକ କର୍ମୀ ତିସ୍ତା ସେତଲବାଦ ଗିରଫ । ମୁମ୍ବାଇସ୍ଥିତ ବାସଭବନରେ ଚଢାଉ କରିଥିଲା ଗୁଜୁରାଟ ଏଟିଏସ । କିଛି ସମୟ ଜେରା ପରେ । ଅଧିକ ପଢନ୍ତୁ

ସାମାଜିକ କର୍ମୀ ତିସ୍ତା ସେତଲବାଦଙ୍କୁ ମୁମ୍ବାଇରୁ ଗିରଫ କଲା ଗୁଜୁରାଟ ATS
ସାମାଜିକ କର୍ମୀ ତିସ୍ତା ସେତଲବାଦଙ୍କୁ ମୁମ୍ବାଇରୁ ଗିରଫ କଲା ଗୁଜୁରାଟ ATS

By

Published : Jun 25, 2022, 8:13 PM IST

ମୁମ୍ବାଇ:ସାମାଜିକ କର୍ମୀ ତିସ୍ତା ସେତଲବାଦଙ୍କୁ ମୁମ୍ବାଇରୁ ଗିରଫ କରିଛି ଗୁଜୁରାଟ ATS ଟିମ । ଆଜି ଗୁଜୁରାଟ ATSର ଟିମ ମୁମ୍ବାଇରେ ତିସ୍ତାଙ୍କୁ ତାଙ୍କ ବାସଭବନରେ ଅଟକ ରଖି ପଚରାଉଚରା କରିଥିଲା । କିଛି ସମୟର ଅଟକ ପରେ ତାଙ୍କୁ ଗିରଫ କରାଯାଇ ସ୍ଥାନୀୟ ସାନ୍ତାକ୍ରୁଜ ଥାନାକୁ ନିଆଯାଇଛି । ସେ ଚଳାଉଥିବା NGOରେ ବିଦେଶୀ ପାଣ୍ଠି ସମ୍ପର୍କିତ ଏକ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି ।

ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୋଧ୍ରା ମାମଲାରେ କ୍ଲିନଚିଟ ରାୟକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ଦାଖଲ ହୋଇଥିବା ମାମଲା ଖାରଜ ହେବାର ଗୋଟିଏ ଦିନ ପରେ ତୁରନ୍ତ ଆକ୍ସନ ମୋଡକୁ ଆସିଛି ଗୁଜୁରାଟ ଏଟିଏସ । ତିସ୍ତାଙ୍କ ଦ୍ବାରା ପରିଚାଳିତ NGO ସଂସ୍ଥା ସହାୟତା ଆକାରରେ ବିଦେଶୀ ପାଣ୍ଠି ଗ୍ରହଣ କରିଥିବା ଅଭିଯୋଗରେ ଆଜି ତାଙ୍କ ବାସଭବନରେ ଚଢାଉ କରିଥିଲା ଏଟିଏସ । କିଛି ସମୟ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । ଆଜି ଖବର ସରବରାହ ସଂସ୍ଥା ANI କୁ ଦେଇଥିବା ସାକ୍ଷାତକାରରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ଘଟଣା ଉଲ୍ଲେଖ କରିଥିଲେ । ତିସ୍ତା ଚଳାଉଥିବା NGO ଦ୍ବାରା ଗୋଧ୍ରା ଦଙ୍ଗା ସମ୍ପର୍କରେ ଭୁଲ ତଥ୍ୟ ଦିଆଯାଇଥିବା କହିଥିଲେ ଗୃହମନ୍ତ୍ରୀ ଶାହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details