ଓଡିଶା

odisha

ଫୋନରେ ଅନ୍ୟ ବ୍ୟକ୍ତିଙ୍କୁ ମେସେଜ କଲେ ମା’, ଚରିତ୍ରକୁ ସନ୍ଦେହ କରି ହତ୍ୟା କଲା ପୁଅ

By

Published : Aug 22, 2023, 3:27 PM IST

ମାଆର ଚରିତ୍ରକୁ ସନ୍ଦେହ କରି କୁରାଢୀରେ ହାଣି ହତ୍ୟା କଲା ୧୭ ବର୍ଷର ପୁଅ । ଜାଣନ୍ତୁ କେଉଁଠି ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ ...

ମାଆକୁ ହତ୍ୟା କଲା ପୁଅ
ମାଆକୁ ହତ୍ୟା କଲା ପୁଅ

ମୁମ୍ବାଇ:ମାଆର ଚରିତ୍ରକୁ ସନ୍ଦେହ କରି ପୁଅର ଜଘନ୍ୟ କାଣ୍ଡ । ମାଆକୁ କୁରାଢୀରେ ହାଣି ହତ୍ୟା କଲା ୧୭ ବର୍ଷୀୟ ପୁଅ । ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି । ମୃତ ମହିଳା ୩୫ ବର୍ଷୀୟା ସୋନାଲି ଗୋଗ୍ରା । ନାବାଳକ ପୁଅ ସବୁବେଳେ ତାଙ୍କର ଚରିତ୍ରକୁ ସନ୍ଦେହ କରୁଥିଲା । ରବିବାର ରାତିରେ ମହିଳା ନିଜ ଫୋନରେ କାହାକୁ ମେସେଜ କରିଥିଲେ । ଏହା ଦେଖିବା ପରେ ରକ୍ତମୁଖା ହୋଇଯାଇଥିଲା ନାବାଳକ ପୁଅ । ଏହାପରେ ନିଜର ଜନ୍ମକଲା ମାଆକୁ ନିର୍ମମ ଭାବେ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

ପୋଲିସର ସୂଚନା ଅନୁଯାୟୀ, ଗତ ରବିବାର ବିଳମ୍ବିତ ରାତିରେ ପାଲଘର ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ନିଜ ମାଆର ଚରିତ୍ରକୁ ସନ୍ଦେହ କରୁଥିଲା । ଏହାକୁ ନେଇ ମାଆ ପୁଅଙ୍କ ଭିତରେ ଅନେକ ସମୟରେ ଝଗଡା ହେଉଥିଲା । ଗତ ରବିବାର ରାତିରେ ରାତ୍ରିଭୋଜନ ସମୟରେ ସୋନାଲି ନିଜ ଫୋନରୁ କାହାକୁ ମେସେଜ କରୁଥିବା ପୁଅ ଆଖିରେ ପଡିଥିଲା । ଏଥିରେ ସେ ଖୁବ୍ ରାଗି ଯାଇ ହିତାହିତ ଜ୍ଞାନ ହରାଇ ବସିଥିଲା । ଏହାପରେ ଘରୁ ଗୋଟିଏ କୁରାଢୀ ଆଣି ନିଜ ମାଆ ଉପରେ ଆକ୍ରମଣ କରିଥିଲା । ଘଟଣା ଘଟିବା ସମୟରେ ଘରେ କେହି ପରିବାର ସଦସ୍ୟ ନଥିଲେ ।

ଏହାମଧ୍ୟ ପଢନ୍ତୁ: ହାଇଦ୍ରାବାଦରେ ଲଜ୍ଜା, ଭାଇ ସମ୍ମୁଖରେ ନାବାଳିକା ଭଉଣୀଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ

ଏହାମଧ୍ୟ ପଢନ୍ତୁ: ସ୍ତ୍ରୀ ଓ ଝିଅକୁ ନିର୍ମମ ହତ୍ୟା ପରେ ଜୀବନ ହାରିଲା ସ୍ବାମୀ

ମହିଳାଙ୍କୁ ଗୁରୁତର ଅବସ୍ଥାରେ ଭିୱାଣ୍ଡି ସ୍ଥିତ ଇନ୍ଦିରା ଗାନ୍ଧୀ ମେମୋରିଆଲ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସୂଚନା ପାଇବା ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣାରେ ପୋଲିସ ଆଇପିସିର ଧାରା ୩୦୨ରେ ଅଭିଯୁକ୍ତ ପୁଅ ବିରୋଧରେ ମାମଲା ରୁଜୁ କରି ଛାନଭିନ କରୁଛି । ତେବେ ଅଭିଯୁକ୍ତ ନାବାଳକ ଜଣକ ଫେରାର୍ ରହିଥିବା ବେଳେ ଏ ପର୍ଯ୍ୟନ୍ତ ସେ ଧରାପଡି ନାହିଁ । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସେହି ରବିବାର ରାତିରେ ମହାରାଷ୍ଟ୍ରର ବୁଲଧାନା ଜିଲ୍ଲାରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିଲା । ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଝିଅକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିବା ପରେ ନିଜେ ଜୀବନ ହାରି ଦେଇଥିଲା ।

ABOUT THE AUTHOR

...view details