ନୂଆଦିଲ୍ଲୀ:ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ଦିନକୁ ଦିନ ରେର୍କଡ ସୃଷ୍ଚି କରୁଛି । ଏ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ । ସଂକ୍ରମଣକୁ ରୋକିବା ପାଇଁ ଟୀକାକରଣ ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଜିଠାରୁ 14 ତାରିଖ ପର୍ଯ୍ୟନ୍ତ ଦେଶରେ ଟିକା ଉତ୍ସବ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଏହି ଟିକା ଉତ୍ସବ ମାଧ୍ୟମରେ ଦେଶରେ 45 ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ନାଗରିକଙ୍କୁ ଟୀକାକରଣ କରାଯିବ । ଏହି ଉତ୍ସବର ଉଦ୍ଦେଶ୍ୟ ହେଲା ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରିବା । ଟିକା ଉତ୍ସବ ଜରିଆରେ ଉତ୍ତରପ୍ରଦେଶ ଓ ବିହାର ଭଳି ରାଜ୍ୟରେ ଯୋଗ୍ୟ ଲୋକଙ୍କୁ ଟିକା ଦେବା । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବହୁ ସଂଖ୍ୟାରେ ଟିକା ନେବାରୁ ଅନୁରୋଧ କରିଛନ୍ତି ।
ଭାରତରେ 85ଦିନରେ 10 କୋଟି ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି ବୋଲି ଶନିବାର କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଭାରତ ସବୁଠୁ ଶୀଘ୍ର ଟୀକାକରଣ ଅଭିଯାନ କରୁଥିବା ଦେଶ ହୋଇଛି । ଆମେରିକାକୁ 10କୋଟି ଲୋକଙ୍କୁ ଟିକା ଦେବାକୁ 89ଦିନ ଲାଗିଥିଲା ଏବଂ ଚୀନକୁ 102ଦିନ ଲାଗିଥିଲା ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।