ଓଡିଶା

odisha

ETV Bharat / bharat

ରାମ ମନ୍ଦିର ନିର୍ମାଣରେ ବ୍ୟବହାର ହେବ କୋଣାର୍କ ମନ୍ଦିରର ପ୍ରଯୁକ୍ତିବିଦ୍ୟା - Ram temple in Ayodhya

ଅଯୋଧ୍ୟାରେ ନିର୍ମାଣଧିନ ରାମ ମନ୍ଦିରେ ବ୍ୟବହାର ହେବ ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିର ନିର୍ମାଣଶୈଳୀର ପ୍ରଯୁକ୍ତିବିଦ୍ୟା । ଗର୍ଭଗୃହରେ ପଡିବ ସୂର୍ଯ୍ୟଙ୍କ କିରଣ । ଅଧିକ ପଢନ୍ତୁ...

ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣରେ ବ୍ୟବହାର ହେବ କୌଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରଯୁକ୍ତି ବିଦ୍ୟା, ଗର୍ଭଗୃହରେ ପଡିବ ସୂର୍ଯ୍ୟଙ୍କ କିରଣ
ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣରେ ବ୍ୟବହାର ହେବ କୌଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରଯୁକ୍ତି ବିଦ୍ୟା, ଗର୍ଭଗୃହରେ ପଡିବ ସୂର୍ଯ୍ୟଙ୍କ କିରଣ

By

Published : Oct 18, 2021, 6:36 AM IST

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣଧୀନ ରାମ ମନ୍ଦିରେ ବ୍ୟବହାର ହେବ ଓଡିଶାର ତଥା ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ଯ ମନ୍ଦିର ନିର୍ମାଣଶୈଳୀର ପ୍ରଯୁକ୍ତିବିଦ୍ୟା । ଏହି ସ୍ବତନ୍ତ୍ର ପ୍ରଯୁକ୍ତିବିଦ୍ୟା ବ୍ୟବହାର ଫଳରେ ସିଧା ମନ୍ଦିର ଗର୍ଭଗୃହରେ ସୂର୍ଯ୍ୟଙ୍କ କିରଣ ପଡିବ । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସଦସ୍ୟ କାମେଶ୍ବର ଚୈପଲ କହିଛନ୍ତି, ଭଗବାନ ରାମଙ୍କ ମନ୍ଦିରରେ ଗର୍ଭଗୃହରେ ସୂର୍ଯ୍ୟକିରଣ ପଡିବା ପରି ନୂତନ ବ୍ୟବସ୍ଥା ତଥା ପ୍ରଯୁକ୍ତିବିଦ୍ୟା ବ୍ୟହବାର କରିବା ପ୍ରସ୍ତାବ ଦିଗରେ ବୈଷୟିକ ବିଚାରବିମର୍ଶ ଜାରି ରହଛି ।

ଟ୍ରଷ୍ଟର ସଦସ୍ୟ କହିଛନ୍ତି ଯେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT) ଦିଲ୍ଲୀ, ଆଇଆଇଟି ମୁମ୍ବାଇ, ଆଇଆଇଟି ରାଉରକେଲା ସମେତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବିଲଡିଂ କନଷ୍ଟ୍ରକସନ୍ ବିଶେଷଜ୍ଞଙ୍କୁ ନେଇ ମନ୍ଦିର ନିର୍ମାଣ ସହ ଜଡିତ ବୈଷୟିକ ଦିଗ ଉପରେ ବିଭିନ୍ନ ତର୍ଜମା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ନିର୍ମାଣ ସମ୍ପର୍କିତ ଅନ୍ୟାନ୍ୟ ବୈଷୟିକ ଦିଗରେ ଆଲୋଚନା ଜାରି ରହିଛି ।

ଏଥିସହିତ ଟ୍ରଷ୍ଟର ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, 'ଶ୍ରୀ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଡିସେମ୍ବର 2023 ସୁଦ୍ଧା ମନ୍ଦିର ଗର୍ଭଗୃହର ନିର୍ମାଣ କାର୍ଯ୍ୟ ଶେଷ କରିବା ଲକ୍ଷ୍ୟ ରଖାଯିବା ସହ ମନ୍ଦିରରେ ସାଧାରଣ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ପାଇପାରିବେ ସେ ନେଇ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କାମ ଜାରି ରହିଛି ।

ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ,ପ୍ରଥମ ପର୍ଯ୍ୟାୟ ଭିତ୍ତିଭୂମି ଶେଷ ହୋଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ନଭେମ୍ବର ମଧ୍ୟଭାଗ ସୁଦ୍ଧା ଶେଷ ହେବ । ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣରେ ଭୌଗୋଳିକ ଓ ପରିବେଶ ପରିସ୍ଥିତି ସହିତ ଅନେକ ଦିଗକୁ ବିଚାରକୁ ନିଆଯାଉଛି ।

ସେହିପରି ଟ୍ରଷ୍ଟ ସଦସ୍ୟ ଚୌପାଲ କହିଛନ୍ତି ଯେ, 400 ଫୁଟ ଲମ୍ବ ଏବଂ 300 ଫୁଟ ପ୍ରସ୍ଥରେ ଏକ ପ୍ଲିଣ୍ଟ ନିର୍ମାଣ କରାଯାଉଛି ଏବଂ ଏହାର ଉପରେ 365 ଫୁଟ ଲମ୍ବ ଏବଂ 235 ଫୁଟ ପ୍ରସ୍ଥ ସହିତ 171 ଫୁଟ ଉଚ୍ଚ ମନ୍ଦିର ନିର୍ମାଣ କରାଯିବ । ମନ୍ଦିରରେ ଏକ ସଂଗ୍ରହାଳୟ, ରେକର୍ଡ ରୁମ, ଅନୁସନ୍ଧାନ କେନ୍ଦ୍ର, ଅଡିଟୋରିୟମ, ପର୍ଯ୍ୟଟନ କେନ୍ଦ୍ର, ପ୍ରଶାସନିକ ଭବନ, ଯୋଗ କେନ୍ଦ୍ର ଏବଂ ଅନ୍ୟାନ୍ୟ ସୁବିଧା ଅନ୍ତର୍ଭୁକ୍ତ ହେବ । ଯାହା ରାମ ମନ୍ଦିରର ଭବ୍ୟତାକୁ ଅନ୍ୟ ପ୍ରସିଦ୍ଧ ମନ୍ଦିରମାନଙ୍କ ଠାରୁ ଭିନ୍ନତା ପ୍ରଦାନ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details