ବେଙ୍ଗାଲୁରୁ: ବିମାନବନ୍ଦରରେ ପାୱାରକଟ୍ ଯୋଗୁଁ ଜଳିଲାନି ରନୱେ ଲାଇଟ । ମାଙ୍ଗାଲୋର ବିମାନବନ୍ଦରରେ ଅବତରଣ କରିବା ପରିବର୍ତ୍ତେ କେରଳରେ ଅବତରଣ କଲା ଇଣ୍ଡିଗୋ ବିମାନ । ରନଓ୍ବେର ଟେକ୍ନିକାଲ ସମସ୍ୟା ଦେଖା ଦେବାରୁ ମୁମ୍ବାଇରୁ ମାଙ୍ଗାଲୋର ଅଭିମୁଖେ ଉଡାଣ କରିଥିବା ବିମାନକୁ କେରଳର କନ୍ନୁର ଏୟାରପୋର୍ଟକୁ ଦିଗ ପରିବର୍ତ୍ତନ କରାଯାଇଥିଲା । ତେବେ କିଛି ସମୟ ପରେ ମାଙ୍ଗାଲୋର ଏୟାରପୋର୍ଟରେ ଟେକ୍ନାକାଲ ସମସ୍ୟା ଦୂର ହୋଇଥିଲା । ଏହାପରେ ବିମାନ ଉଡାଣ ଓ ଅବତରଣ ସ୍ବାଭାବିକ ହୋଇଥିଲା ।
ତେବେ ଟେକ୍ନିକାଲ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ମାଙ୍ଗାଲୋର ବିମାନବନ୍ଦରରେ ବିମାନ ଅବତରଣ ଏବଂ ଉଡ଼ାଣ ସ୍ଥଗିତ ରଖାଯାଇଥିଲା । ଅଳ୍ପ ସମୟ ପରେ ସମସ୍ୟାର ସମାଧାନ ପରେ ପୁଣି ଥରେ ବିମାନ ଉଡାଣ ଓ ଅବତରଣ ଆରମ୍ଭ କରିବାକୁ ଅନୁମତି ଦିଆଯାଇଥିଲା । ବାହାରିନ ଯିବାକୁ ଥିବା ଏୟାର ଇଣ୍ଡିଆ IX 789 ମଧ୍ୟ ବିଳମ୍ବ ହୋଇଥିଲା । ବର୍ତ୍ତମାନ ବିମାନବନ୍ଦର ରନୱେ ସ୍ୱାଭାବିକ ଅବସ୍ଥାକୁ ଆସିଛି । ଇଞ୍ଜିନିୟର୍ସ ମାନଙ୍କର ଏକ ଟିମ୍ ଟେକ୍ନିକାଲ ସମସ୍ୟାକୁ ଯାଞ୍ଚ କରିଥିଲେ । ଏହାପରେ ରନଓ୍ବେର ଲାଇଟ ଜଳିଥିଲା । ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିମାନବନ୍ଦର ରନୱେର ଲାଇଟ ବନ୍ଦ ରହିଥିଲା । ରବିବାର ରାତିରେ 7.30 ରୁ 9.30 ମଧ୍ୟରେ ବିମାନବନ୍ଦର ରନୱେରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା ।