ହାଇଦ୍ରାବାଦ:ଆସନ୍ତା ମାର୍ଚ୍ଚ ୮ ତାରିଖରେ ବିଶ୍ବ ପାଳିବ ଅନ୍ତର୍ଜାତୀୟ ମହିଳା ଦିବସ(International Women's Day) । ଏହି ଦିବସ ଅବସରରେ ହାଇଦ୍ରାବାଦରେ ଆୟୋଜିତ ହେବାକୁ ଯାଉଛି ଟି ଚମ୍ପିଆନସିପ(Tea championship) । ଏକ ଲୋକପ୍ରିୟ କମ୍ପାନୀ ଏହି କାର୍ଯ୍ୟକ୍ରମକୁ ଆୟୋଜିତ କରିବାକୁ ଥିବା ବେଳେ ପ୍ରଥମ ବିଜେତାଙ୍କ ପାଇଁ ରହିଛି ୧ ଲକ୍ଷ ଟଙ୍କା ମୂଲ୍ୟର ପୁରସ୍କାର ରାଶି । Cafe Nilouferର ମିଳିତ ଉଦ୍ୟମରେ ଏହା ଆୟୋଜିତ ହେବ ।
କାର୍ଯ୍ୟକ୍ରମଟି ହାଇଦ୍ରାବାଦ ହାଇଟେକ୍-ସିଟିର ନୋଭାଟେଲ ହୋଟେଲ (Novatel Hotel)ରେ ଆୟୋଜିତ ହେବ । ମାର୍ଚ୍ଚ ୬ ତାରିଖ ଅପରାହ୍ନ ୩ଟାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ । କାର୍ଯ୍ୟକ୍ରମରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ବିଜେତାଙ୍କୁ ଯଥାକ୍ରମେ ୧ ଲକ୍ଷ, ୫୦ ହଜାର ଓ ୨୫ ହଜାର ପୁରସ୍କାର ରାଶି ଦିଆଯିବ । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ମହିଳାମାନେ ନିଜ ଚା' ସମ୍ପର୍କରେ ୧ ମିନିଟର ଏକ ଭିଡ଼ିଓ ହ୍ବାଟ୍ସଆପ୍ ନମ୍ବର 8340974747ରେ ପଠାଇବେ ।