ଓଡିଶା

odisha

ପୂର୍ବତନ ମହିଳା କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ, TCSକୁ ବୋମାରେ ଉଡ଼ାଇ ଦେବାକୁ ଧମକ

By ETV Bharat Odisha Team

Published : Nov 14, 2023, 6:13 PM IST

TCS gets a hoax bomb threat call: ପ୍ରସିଦ୍ଧ ଟେକ୍ କମ୍ପାନୀ TCSକୁ ଏକ ବୋମାରେ ଉଡ଼ାଇ ଦେବାକୁ ଧମକ । ଏହା ପଛରେ କମ୍ପାନୀର ଜଣେ ପୂର୍ବତନ ମହିଳା କର୍ମଚାରୀଙ୍କ ହାତ ଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ

ଟିସିଏସକୁ ମିଛ ବୋମା ଧମକ ,ପୂର୍ବତନ ମହିଳା କର୍ମଚାରୀଙ୍କ ସମ୍ପୃକ୍ତି
ଟିସିଏସକୁ ମିଛ ବୋମା ଧମକ ,ପୂର୍ବତନ ମହିଳା କର୍ମଚାରୀଙ୍କ ସମ୍ପୃକ୍ତି

ବେଙ୍ଗାଲୁରୁ: ପ୍ରସିଦ୍ଧ ଟେକ୍ କମ୍ପାନୀ TCS (ଟାଟା କନ୍ସଲଟାନ୍ସି ସର୍ଭିସେସ୍)କୁ ଏକ ମିଛ ବୋମା ଆକ୍ରମଣର ଧମକ ମିଳିଛି । ଏହି ଖବର ପ୍ରଚାର ହେବା ମାତ୍ରେ କର୍ମଚାରୀ ଭୟଭୀତ ହୋଇ ପଡ଼ିଥିଲେ । ଫଳରେ କମ୍ପାନୀର କର୍ମଚାରୀମାନେ ଭୟଭୀତ ହୋଇ ଜୀବନ ବିକଳରେ ବିଲ୍ଡିଂ ବାହାରକୁ ଚାଲି ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ .... Made in India iPhone: ଭାରତରେ ଆଇଫୋନ ତିଆରି କରିବ ଟାଟା ଗ୍ରୁପ

ସକାଳେ TCS (ଟାଟା କନ୍ସଲଟାନ୍ସି ସର୍ଭିସେସ୍) କମ୍ପାନୀର ବି' ବ୍ଲକକୁ ଏହି ଧମକପୂର୍ଣ୍ଣ ଫୋନ୍‌ କଲ ମିଳିଥିଲା । ସଙ୍ଗେସଙ୍ଗେ ନିକଟସ୍ଥ ପରପ୍ପନା ଅଗ୍ରହର ପୋଲିସ ଷ୍ଟେସନକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହା ପରେ ତତ୍‌କ୍ଷଣାତ ପୋଲିସ ବୋମା ନିଷ୍କ୍ରିୟକାରୀ ଦଳ ସହ ସେଠାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ । କମ୍ପାନୀର ବିଲ୍ଡିଂ ମଧ୍ୟରେ ସନ୍ଧାନୀ କୁକୁର ସ୍କ୍ବାଡ ଏବଂ ବୋମା ନିଷ୍କ୍ରିୟକାରୀ ଦଳର ଛାନବିନ ପରେ ଏହା ଏକ ନକଲି ବୋମା ଧମକ ଥିଲା ବୋଲି ଜଣା ପଡ଼ିଥିଲା ।

ଏହା ମଧ୍ୟ ପଢନ୍ତୁ ....Diwali Muhurat Trading: ଦୀପାବଳି ମୁହୂର୍ତ୍ତ ଟ୍ରେଡିଂ ପାଳିଲେ ନିବେଶକ, ଉଛୁଳିଲା ସେୟାର ମାର୍କେଟ

ଏ ସମ୍ପର୍କରେ ପୋଲିସ ଅଧିକ ଅନୁସନ୍ଧାନ କରିବା ପରେ ଏହା ପଛରେ କମ୍ପାନୀର ଜଣେ ପୂର୍ବତନ ମହିଳା କର୍ମଚାରୀଙ୍କ ହାତ ଥିବା ଜଣାପଡ଼ିଛି । ବେଲଜିୟମର ଏହି ପୂର୍ବତନ ମହିଳା କର୍ମଚାରୀ, ହୁବୁଲିଠାରେ ରହୁଥିବା ବେଳେ ନିଜ ପରବର୍ତ୍ତୀ ଉଚ୍ଚଶିକ୍ଷା ପାଇଁ କମ୍ପାନୀର ଚାକିରି ଛାଡିଥିଲେ । ନିଜର ପାଠପଢା ସରିବା ପରେ ସେ କମ୍ପାନୀରେ ପୁଣିଥରେ ଯୋଗ ଦେବାକୁ ଅନୁରୋଧ କରିଥିଲେ , ଯାହାକୁ କମ୍ପାନୀ ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲା ।

ଏହା ମଧ୍ୟ ପଢନ୍ତୁ ...ଦିଲ୍ଲୀରେ ବୋମା ଭୟରେ ଖାଲି ହେଲା ସ୍କୁଲ, ପରେ ଜଣାପଡିଲା ଗୁଜବ

ଏହି ଘଟଣା ଯୋଗୁଁ ମହିଳା ଜଣଙ୍କ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ ଏବଂ ସେ କ୍ରୋଧର ବଶବର୍ତ୍ତୀ ହୋଇ ପୂର୍ବରୁ ଚାକିରି କରୁଥିବା କମ୍ପାନୀକୁ କଲ କରି ମିଛ ବୋମା ଧମକ ଦେଇଥିଲେ । ବର୍ତ୍ତମାନ କର୍ଣ୍ଣାଟକ ପୋଲିସ ଉକ୍ତ ପୂର୍ବତନ ମହିଳା କର୍ମଚାରୀଙ୍କୁ ଗିରଫ କରିବା ପାଇଁ ଏକ ସ୍ବତନ୍ତ୍ର ଟିମକୁ ବେଙ୍ଗାଲୁରୁରୁ ବେଲଜିୟମ୍‌କୁ ପଠାଇଛି ।

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

ABOUT THE AUTHOR

...view details