ଓଡିଶା

odisha

ETV Bharat / bharat

TCL ପ୍ରସ୍ତୁତ କଲା ବୁଲେଟ ଫ୍ରୁଫ୍ ଜ୍ୟାକେଟ, ୯ MM ଭଳି ବନ୍ଧୁକରୁ ଦେବ ସୁରକ୍ଷା - ରାଜନେତାଙ୍କ ସୁରକ୍ଷା ପାଇଁ ବୁଲେଟ ପ୍ରୁଫ୍ ଜ୍ୟାକେଟ

VVIP ଏବଂ ରାଜନେତାମାନଙ୍କ ପ୍ରତି ବଢୁଥିବା ହତ୍ୟା ଧମକକୁ ଦୃଷ୍ଟିରେ ରଖି TCL ପ୍ରସ୍ତୁତ କଲା ବୁଲେଟ ଫ୍ରୁଫ୍ ଜ୍ୟାକେଟ । ୯ MM ଭଳି ବନ୍ଧୁକରୁ ରକ୍ଷା କରିବ ଏହି ଜ୍ୟାକେଟ । ଆବଶ୍ୟକ ପଡିବନି କଡା ସୁରକ୍ଷା ବଳୟ ! ଅଧିକ ପଢନ୍ତୁ

TCL ପ୍ରସ୍ତୁତ କଲା ବୁଲେଟ ଫ୍ରୁଫ୍ ଜ୍ୟାକେଟ, ୯ MM ଭଳି ବନ୍ଧୁକରୁ ଦେବ ସୁରକ୍ଷା
TCL ପ୍ରସ୍ତୁତ କଲା ବୁଲେଟ ଫ୍ରୁଫ୍ ଜ୍ୟାକେଟ, ୯ MM ଭଳି ବନ୍ଧୁକରୁ ଦେବ ସୁରକ୍ଷା

By

Published : Jul 7, 2022, 8:45 AM IST

ନୂଆଦିଲ୍ଲୀ: VVIP ଏବଂ ରାଜନେତାଙ୍କ ପ୍ରତି ବଢୁଥିବା ହତ୍ୟା ଧମକକୁ ଦୃଷ୍ଟିରେ ରଖି TCL ପ୍ରସ୍ତୁତ କଲା ବୁଲେଟ ଫ୍ରୁଫ୍ ଜ୍ୟାକେଟ । କମ୍ ମୂଲ୍ୟରେ ବୁଲେଟ୍ ଫ୍ରୁଫ୍ 'ନେହେରୁ ଜ୍ୟାକେଟ' ପ୍ରସ୍ତୁତ କରିଛି ସଂସ୍ଥା । କିଛିଦନ ହେବ ଦେଶରେ ବିଭିନ୍ନଗୁଡିଏ ଆଭ୍ୟନ୍ତରୀଣ ମାମଲାକୁ ନେଇ ରାଜନେତା ଏବଂ ଭିଭିଆଇପିମାନଙ୍କୁ ହତ୍ୟା ଧମକ ମିଳୁଛି । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରୁପ କମ୍ଫର୍ଟ୍ସ ଲିମିଟେଡ(TCL) ଏପରି ଏକ ନିଆରା ଉଦ୍ଭାବନ କରିଛି ।

ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନରେ ଅନ୍ତର୍ଜାତୀୟ ପୋଲିସ ଏକ୍ସପୋ-୨୦୨୨ କାର୍ଯ୍ୟକ୍ରମରେ TCL ପକ୍ଷରୁ ଏହି ବୁଲେଟ ଫ୍ରୁଫ୍ ଜ୍ୟାକେଟ ପ୍ରଦର୍ଶନ କରାଯାଇଥିଲା । TCL ସହକାରୀ ମ୍ୟାନେଜର କୁଲଦୀପ କୁମାର କହିଛନ୍ତି ଯେ, 'ଆମେ କମ୍ ମୂଲ୍ୟ, ଓଜନ ଏବଂ ପ୍ରଭାବଶାଳୀ ବୁଲେଟ୍ ଫ୍ରୁଫ୍ ଜ୍ୟାକେଟ ପ୍ରସ୍ତୁତ କରିଛୁ, ଯାହାକୁ ନିୟମିତ ଭାବେ ନେହେରୁ ଜ୍ୟାକେଟ, କୁର୍ତ୍ତା କିମ୍ବା ସଫାରି ସୁଟ୍ସ ପିନ୍ଧିବାକୁ ପସନ୍ଦ କରୁଥିବା VVIP ଏବଂ ରାଜନେତାମାନେ ପରିଧାନ କରି ପାରିବେ ।'

ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ଅତି ନିକଟରୁ ୯ MM ବନ୍ଧୁକରେ ଗୁଳିଚାଳନା କରାଗଲେ ମଧ୍ୟ ଏହି ଜ୍ୟାକେଟ ସୁରକ୍ଷା ଦେବ । ଏପରିକି ଜ୍ୟାକେଟ ପିନ୍ଧିବାରେ କୌଣସି ଅସୁବିଧା ଅନୁଭବ ହେବ ନାହିଁ, ଏହା ଖୁବ୍ ଆରାମଦାୟକ । AK47 ଭଳି ଶସ୍ତ୍ରରୁ ରକ୍ଷା ପାଇବା ପାଇଁ ଅନେକ ରାଜନେତା ଭିଭିଆଇପିମାନେ କଡା ସୁରକ୍ଷା ବଳୟ ମଧ୍ୟରେ ଯାତ୍ରା କରିଥାନ୍ତି । ମାତ୍ର ଏହି ଜ୍ୟାକେଟ ଅତି ନିକଟରୁ କରାଯାଉଥିବା ଗୁଳିମାଡରୁ ସୁରକ୍ଷା ଦେଇପାରିବ ।' ଏହାର ଅର୍ଥ ଏହି ବୁଲେଟ ଫ୍ରୁଫ୍ ଜ୍ୟାକେଟ ପିନ୍ଧିବା ଦ୍ବାରା କଡା ସୁରକ୍ଷା ବଳୟର ଆବଶ୍ୟକତା ପଡିନପାରେ ।

ଏହାର ଓଜନ ଅଢେଇ କେଜି ହୋଇ ଥିବାବେଳେ ମୂଲ୍ୟ ୩୫ ହଜାର ରହିଛି । ଆଗକୁ ଛୁରାମାଡରୁ ସୁରକ୍ଷା ଦେବା ଭଳି ଜ୍ୟାକେଟ ପ୍ରସ୍ତୁତ ପାଇଁ ସଂସ୍ଥା ଲକ୍ଷ୍ୟ ରଖିଥିବା କୁଲଦୀପ କୁମାର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଜ୍ୟାକେଟ ୩ଟି ରଙ୍ଗରେ ପ୍ରସ୍ତୁତ ହୋଇଛି । ଏହାକୁ ସଫା କରିବାରେ କୌଣସି ସମସ୍ୟା ନାହିଁ । ଚଣ୍ଡିଗଡ ସ୍ଥିତ ଟର୍ମିନାଲ ବାଲାଷ୍ଟିକ୍ସ ରିସର୍ଚ୍ଚ ଲାବୋରଟୋରୀ(TBRL)ରେ ଏହାର ପରୀକ୍ଷଣ ହୋଇଛି । ଏଥିରେ ମଧ୍ୟ ବାଲାଷ୍ଟିକ ପ୍ରୋଟେକସନ ଥିବା କୁଲଦୀପ କୁମାର କହିଛନ୍ତି ।

ABOUT THE AUTHOR

...view details