ନୂଆଦିଲ୍ଲୀ:ଓଡିଶା ଯାଜପୁର କଳିଙ୍ଗନଗର ସ୍ଥିତନିଳାଚଳ ଇସ୍ପାତ ନିଗମକୁ କିଣିଲା ଟାଟା ଷ୍ଟିଲ । ଆଜି (ସୋମବାର) ନିଳାଚଳ ଇସ୍ପାତ ନିଗମର ବିକ୍ରିକୁ ଅନୁମୋଦନ ଦେଇଛନ୍ତି କେନ୍ଦ୍ର ସରକାର ।
ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଏହି ମଞ୍ଜୁରୀ ପ୍ରଦାନ କରିଥିବା ବେଳେ 12,100 କୋଟି ମୂଲ୍ୟର ଟାଟା ଏହାର ନୂତନା ମାଲିକାନା ନେଇଛି ।
୧୨ ହଜାର ୧୦୦ କୋଟି ଟଙ୍କାରେ ଧରିଲା ନିଲାମ । ନୀଳାଚଳ ଇସ୍ପାତ ନିଗମ ଲି. କାରଖାନାକୁ କିଣିଲା ଟାଟା । ଟାଟାର ସର୍ବାଧିକ ବିଡିଂକୁ ଗ୍ରହଣ କଲା କ୍ୟାବିନେଟ କମିଟି । ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ କମିଟିର ନିଷ୍ପତ୍ତି । ନିଲାମରେ ଭାଗ ନେଇଥିଲେ ଜିନ୍ଦଲ ଓ ଟାଟା କମ୍ପାନି । ୨୦୨୦ ମାର୍ଚ ୩୦ରୁ ବନ୍ଦ ଥିଲା NINL କାରଖାନା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ