ଓଡିଶା

odisha

ETV Bharat / bharat

TATA ହାତକୁ ଯାଇନି Air India, ମିଡିଆ ରିପୋର୍ଟକୁ ମିଥ୍ୟା କହିଲେ ସରକାର - ଟାଟା

ଟାଟା ସନ୍ସ ପକ୍ଷରୁ ସବୁଠୁ ବଡ ବିଡ୍‌ ଲଗାଯାଇଥିଲା ଓ କମ୍ପାନୀ ହାତରେ ଏବେ ଏୟାର ଇଣ୍ଡିଆର ଦାୟିତ୍ବ ରହିବ ବୋଲି ପ୍ରଚାର ହୋଇଥିଲା ଖବର । ଏହାକୁ ଖଣ୍ଡନ କରିଛି କେନ୍ଦ୍ର ଅର୍ଥମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

TATA ହାତକୁ ଯାଇନି Air India, ମିଡିଆ ରିପୋର୍ଟକୁ ମିଥ୍ୟା କହିଲେ ସରକାର
TATA ହାତକୁ ଯାଇନି Air India, ମିଡିଆ ରିପୋର୍ଟକୁ ମିଥ୍ୟା କହିଲେ ସରକାର

By

Published : Oct 1, 2021, 6:00 PM IST

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ (Air India)କୁ ଟାଟା(TATA) ସନ୍ସ କିଣିବା ନେଇ ପ୍ରସାରିତ ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର । ଏୟାର ଇଣ୍ଡିଆ ପାଇଁ ଟାଟା ସନ୍ସ ପକ୍ଷରୁ ସବୁଠୁ ବଡ ବିଡ୍‌ ଲଗାଯାଇଥିଲା ଓ କମ୍ପାନୀ ହାତରେ ଏବେ ଏୟାର ଇଣ୍ଡିଆର ଦାୟିତ୍ବ ରହିବ ବୋଲି ପ୍ରଚାର ହୋଇଥିଲା ଖବର ।

କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ନିବେଶ ଓ ସାର୍ବଜନିକ ସମ୍ପତ୍ତି ପରିଚାଳନା ବିଭାଗ ସଚିବଙ୍କ ପକ୍ଷରୁ ଏହି ରିପୋର୍ଟ ଉପରେ ଏବେ ସ୍ପଷ୍ଟୀକରଣ ଦିଆଯାଇଛି । ତେବେ ପ୍ରସାରିତ ତମାମ ଖବର ମିଥ୍ୟା ବୋଲି ଦର୍ଶାଯାଇଛି । ଯଦି କୌଣସି ନିଷ୍ପତ୍ତି ନିଆଯାଏ, ତେବେ ଏ ବାବଦରେ ଗଣମାଧ୍ୟକୁ ଜଣାଇ ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ରିପୋର୍ଟରେ ଦାବି କରାଯାଇଥିଲା ଯେ ଯାତ୍ରୀଙ୍କୁ ବିମାନ ସେବା ଯୋଗାଉଥିବା ଏୟାର ଇଣ୍ଡିଆ ବିମାନ କମ୍ପାନୀକୁ କିଣିଛି ଟାଟା ଗ୍ରୁପ । ଘରୋଇ ସଂସ୍ଥା ହାତକୁ ଯାଇଛି ଏହି ବିମାନ ସେବାର ମାଲିକାନା । ଏୟାର ଇଣ୍ଡିଆର ପରିଚାଳନା ଭାରକୁ ନେବା ପାଇଁ ଭାରତ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା କରାଯାଇଥିଲା । ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ ଜାତୀୟ ପରିବହନ ବିନିଯୋଗ ମନ୍ତ୍ରୀଙ୍କ କମିଟି ବୈଠକ ହୋଇଛି ଏବଂ ଏଥିରେ ଟାଟା ଗ୍ରୁପ ନିଲାମକୁ ଜିତିଥିବା କୁହାଯାଇଥିଲା ।

କେବଳ ସେତିକି ନୁହେଁ, ଏୟାର ଇଣ୍ଡିଆର ବିନିବେଶ ପାଇଁ ଅନେକ ଆଗ୍ରହୀ ଥିଲେ । କିନ୍ତୁ ସରକାର ଟାଟା ଗ୍ରୁପ ଓ ସ୍ପାଇସଜେଟର ପ୍ରମୋଟର ଅଜୟ ସିଂଙ୍କୁ ଜାତୀୟ ବାହକ ହାସଲ କରିବାକୁ ମନୋନୀତ କରିଥିଲେ । ସରକାର ନିଷ୍ପତ୍ତି ଅନୁସାରେ ବିଡର ଯିଏ ବିଡ ଲଗାଇବ, ଏହାର 15 ପ୍ରତିଶତ ନଗଦ ଆକାରରେ ସରକାରଙ୍କୁ ଦେବାକୁ ପଡିବ ବୋଲି ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ।

ABOUT THE AUTHOR

...view details