ଓଡିଶା

odisha

ETV Bharat / bharat

ଟାଟା ସନ୍ସ ମୁଖ୍ୟ ଏନ.ଚନ୍ଦ୍ରଶେଖରନ ହେଲେ ଏୟାର ଇଣ୍ଡିଆର ନୂଆ ଅଧ୍ୟକ୍ଷ - ଏୟାର ଇଣ୍ଡିଆର ନୂଆ ଅଧ୍ୟକ୍ଷ

ନଟରାଜ ଚନ୍ଦ୍ରଶେଖରନ ହେଲେ ଏୟାର ଇଣ୍ଡିଆର ନୂଆ ଅଧ୍ୟକ୍ଷ । ବୋର୍ଡ ଅଫ ଡିରେକ୍ଟର ମିଟିଂରେ ଚୂଡାନ୍ତ ନିଷ୍ପତ୍ତି ସୂଚନା । ଅଧିକ ପଢନ୍ତୁ

ଟାଟା ସନ୍ସ ମୁଖ୍ୟ ଏନ. ଚନ୍ଦ୍ରେଶେଖରନ ହେଲେ ଏୟାର ଇଣ୍ଡିଆର ନୂଆ ଅଧ୍ୟକ୍ଷ
ଟାଟା ସନ୍ସ ମୁଖ୍ୟ ଏନ. ଚନ୍ଦ୍ରେଶେଖରନ ହେଲେ ଏୟାର ଇଣ୍ଡିଆର ନୂଆ ଅଧ୍ୟକ୍ଷ

By

Published : Mar 14, 2022, 7:45 PM IST

ନୂଆଦିଲ୍ଲୀ:ଏୟାର ଇଣ୍ଡିଆର ନୂଆ ଅଧ୍ୟକ୍ଷ ହେଲେ ଟାଟା ସନ୍ସ ମୁଖ୍ୟ ଏନ.ଚନ୍ଦ୍ରଶେଖରନ । ଆଜି ଟାଟା ଗ୍ରୁପର ବୋର୍ଡ ଅଫ ଡିରେକ୍ଟର ମିଟିଂରେ ଏନେଇ ଚୂଡାନ୍ତ ମୋହର ବାଜିଥିବା ସୂଚନା ମିଳିଛି । ରାଷ୍ଟ୍ରାୟତଃ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ କେନ୍ଦ୍ର ସରକାରଙ୍କ ମାଲିକାନାରୁ ହାତକୁ ନେବାପରେ ଟାଟା ଗ୍ରୁପ ତୁର୍କୀର ଇଲ୍କର୍ ଆଇସିଙ୍କୁ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଘୋଷଣା କରିଥିଲା । କିନ୍ତୁ ଏହି ନିଯୁକ୍ତିକୁ ଭାରତରେ ବିରୋଧ କରାଯାଇଥିବାରୁ ଦାୟିତ୍ବ ଗ୍ରହଣ କରିବାକୁ ମନା କରିଥିଲେ ଆଇସି । ସେବେଠାରୁ ନୂଆ ମୁଖ୍ୟ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା ।

2016 ମସିହାରେ ପ୍ରଥମେ ଟାଟା ସନ୍ସ ବୋର୍ଡରେ ଯୋଗ ଦେଇଥିବା ନଟରାଜନ ଚନ୍ଦ୍ରଶେଖରନ୍ 2017 ମସିହା ଠାରୁ ସଂସ୍ଥାର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । କେବଳ ସେତିିକି ନୁହେଁ ସେ ମଧ୍ୟ ଟାଟା ସମୂହରେ ଅନ୍ୟ ଅଗ୍ରଣି ଶାଖା ଯଥା ଟାଟା ଷ୍ଟିଲ୍, ଟାଟା ମୋଟର୍ସ, ଟାଟା ପାୱାର ଏବଂ ଟାଟା କନ୍ସଲଟାନ୍ସ ସର୍ଭିସେସ୍ (TCS) ସମେତ ଅନେକ କମ୍ପାନୀର ବୋର୍ଡ ସଭ୍ୟ ଭାବେ ମଧ୍ୟ ସକ୍ରିୟ ରହିଛନ୍ତି ।

30 ବର୍ଷ ପୂର୍ବେ ଚନ୍ଦ୍ରଶେଖରନ ବିଶ୍ବବିଦ୍ୟାଳୟରୁ ପାଠ ପଢା ପରେ ଟାଟା ଗ୍ରୁପରେ ସାମିଲ ହୋଇଥିଲେ । ପରେ ନିଜର କର୍ମକୁଶଳତା ପାଇଁ ଗୋଟିଏ ପରେ ଗୋଟିଏ ଗୁରୁ ଦାୟିତ୍ବ ତୁଲାଇଥିଲେ । ତେବେ ଗତ କିଛି ଦିନ ଧରି ଖାଲି ପଡିଥିବା ଏୟାର ଇଣ୍ଡିଆ ମୁଖ୍ୟ ଭାବେ ମଧ୍ୟ ତାଙ୍କ ନାମରେ ମୋହର ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details