ମୁମ୍ବାଇ:ଜାନୁଆରୀ ୧୫ରେ ୧୮ତମ ଟାଟା ମୁମ୍ବାଇ ମାରାଥନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମାରାଥନରେ ସାରା ବିଶ୍ୱରୁ ୫୫ ହଜାର ପ୍ରତିଯୋଗୀ ଅଂଶଗ୍ରହଣ କରିବାର ଆୟୋଜନ ରହିଛି । ସବୁଠୁ ବଡ଼ କଥା ହେଲା ଏଠାରେ ଭାଗ ନେବାକୁ ଥିବା ୧୯୦ ପ୍ରତିଯୋଗୀଙ୍କର ସମାନ ଦିନରେ ଜନ୍ମଦିନ ରହିଛି । ତେଣୁ ସେମାନେ ଏହି ମୁମ୍ବାଇ ମାରାଥନରେ ଅଂଶଗ୍ରହଣ କରି ନିଜର ଜନ୍ମଦିନ ଆରମ୍ଭ କରିବେ ।
ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ବହୁ ପ୍ରତିଯୋଗୀ ଦେଶ ତଥା ବିଦେଶରୁ ଆସିଥାନ୍ତି । ଦୁନିଆର ପ୍ରସିଦ୍ଧ 10ଟି ମାରାଥନ୍ ମଧ୍ୟରୁ ଟାଟା ମୁମ୍ବାଇ ମାରାଥନ୍ ଏକ ବଡ଼ ମାରାଥନ ହୋଇଥାଏ । ଚଳିତ ବର୍ଷ ଏହାର ୧୮ତମ ସଂସ୍କରଣ ଆୟୋଜନ ପାଇଁ ପ୍ରସ୍ତୁତି କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁମ୍ବାଇର 13 ବର୍ଷୀୟ ପାୟଲ ରାଠୋର 190 ପ୍ରତିଯୋଗୀଙ୍କ ମଧ୍ୟରେ ଡ୍ରିମ୍ ରନର୍ରେ ଦୌଡ଼ିବେ । ଯାହାକୁ ନେଇ ପାୟଲ ବହୁତ ଉତ୍ସାହିତ ଅଛନ୍ତି । ନିଜ ଜନ୍ମଦିନରେ ତାଙ୍କୁ ମାରଥନରେ ଭାଗ ନେବାକୁ ସୁଯୋଗ ମିଳିଥିବାରୁ ସେଥିପାଇଁ ସେ ଖୁବ ଖୁସି ଅଛନ୍ତି । ପାୟଲ କହିଛନ୍ତି ଯେ ମୁମ୍ବାଇ ମାରାଥନରେ ଦୌଡିବା ଏକ ସ୍ବପ୍ନ ଅଟେ ।